ଜ୍ଞାତହୀନ ପଥ
ଜ୍ଞାତହୀନ ପଥ
ଜ୍ଞାତହୀନ ପଥେ ଅଜ୍ଞାତର ଦିଗ
ଆସ୍ଥା ଶୂନ୍ୟ ପଥେ ଜର୍ଜରିତ ମନ ।
ଘାତ ପ୍ରତିଘାତ ଏ ସୁକ୍ଷ୍ମ ଶରିରେ
ସହ୍ୟ କରି ସେହି ପୁଣି ଚଳେ ଥରେ ।
ଅନଭିଜ୍ଞ ସେହି ଜୀବନ ଶିକ୍ଷା ରେ
କି କର୍ମ କରିବ ସେ ପାଞ୍ଚି ନ ପାରେ ।
କିଏ କରେ କାର୍ଯ୍ୟ ପର ହିତ ଲାଗି
କିଏ ସାଜେ ସ୍ୱାର୍ଥୀ ନିଜ ହିତ ଲାଗି ।
ମନ ଭ୍ରମ ତାଙ୍କ ମନେ ରିଷ୍ଟ ହୁଏ
କାହିଁ ପାଇଁ କେତେ ଗର୍ବ ନଷ୍ଟ ହୁଏ ।
ଅଜ୍ଞାନୀ ମାନବ ଖୁସି ଖୋଜି ବୁଲେ
ସ୍ଵଳ୍ପରେ ସନ୍ତୁଷ୍ଟ ନହୋଇବ ଭଲେ ।
ଆତ୍ମା ତୃପ୍ତି ତାର ଇନ୍ଦ୍ରିୟେ ବନ୍ଧିତ
ଖୋଜି ହୁଏ ସେହି ଅନ୍ୟ ରେ ଆଶ୍ରିତ ।
ଜ୍ଞାତ ନାହିଁ ତାକୁ ନିଜ ପାଶେ ରହେ
ଖୁସି ସ୍ବଂୟ ମନେ ଆତ୍ମ ତୃପ୍ତି ଥାଏ ।
ଅନ୍ୟ ସେବେ ସେହି ବୈକୁଣ୍ଠ ରେ ବାସ
ସତ୍ ଚରିତ୍ର ଯେ ରହେ ସେହି ଶ୍ରେଷ୍ଠ ।
କର୍ମ କରି ଫଳ ଆଶା ନ କରିବ
ସତ୍ ପଥେ କାର୍ଯ୍ୟ ସଦା କରିଯିବା ।
ଦିଗ ଜ୍ଞାତ ଶିକ୍ଷା ଧୀରେ ସେ ପାଇବ
ପାଦେ ପାଦେ ସେହି ଜ୍ଞାନ ଯେ ଲଭିବ ।