Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Inspirational Others Abstract

3  

Ram Prasad Bisoi

Inspirational Others Abstract

ଅଭିନବ ବଧୁ ନିରୂପମା

ଅଭିନବ ବଧୁ ନିରୂପମା

3 mins
7.0K


ଅଭିନବ ବଧୁ ନିରୂପମା ।

କବିତା ମନସ୍କ କବିଟିଏ , ଆସନ୍ନ ସନ୍ଧ୍ୟା ପ୍ରାୟ ,

ଖୋଜୁଥିଲି ପ୍ରକୃତି ରାଣୀ କୋଳେ 

ଏକାକୀ ଚାଲିବାର ସାହାରାଟିଏ ,

ନେଇ ଅସୁମାରି ପ୍ରଶ୍ନ ମନେ, କିଏ ? 

ସେ ସୁନ୍ଦରୀ ଷୋଡଶୀ ତରୁଣୀ କେଜାଣି ‘

ମୃଦୁ କଣ୍ଠେ ବୋଧେ ଗାଇ ଚାଲିଥିଲା

ମିଳନର ସୁଗମ ସଙ୍ଗୀତ---------!

ଅଳସି କ୍ଷେତ ପିନ୍ଧିଥିଲା 

ତା ହଳଦିଆ ଶାଢି , 

ପବନ ଖେଳୁ ଥିଲା ଚୈତାଳି,

ଶରତ ନେଇ ଆସିଥିଲା 

ମୁଠାଏ ଭସା ବାଦଲ, 

ଚେନାଏ କୋହଲା ଶୀତ ,

ପଶ୍ଚିମ ଆକାଶେ

ନୀଡ ଫେରା ପକ୍ଷୀର 

ରାଗ ରାବଳି ସହ 

ନାଲି ଓଢଣୀ ତଳୁ 

ହସୁ ଥିବା 

ଆସନ୍ନ ରାତ୍ରିର ଜହ୍ନ,

ଝାପସା ଆଲୁଅ ଭିତରେ 

କିଏ ? ସେ କେଜାଣି 

ଅବୋଧଗମ୍ୟ ଭାଷାରେ 

କହି ଚାଲିଥିଲା ,

ମିଠା ସୁରେ,

"ସାରା ଦୁନିଆ ଖୋଜିସାରିଲି ନ ପାଇଲି କେହି ଜଣେ,

ତୁମ ଭଳି" ,

ତମେ ଯେ 

#ମୃଗନାଭିକସ୍ତୁରୀ 

ଆଜି ଜାଣି ପାରିଲି 

ତୁମେ ପ୍ରିୟତମ 

ଏକ ଓ ଅଭିନ୍ନ, 

ତୁମ ନାମେ ପିନ୍ଧି ଦିଟୋପା ସିନ୍ଦୁର ,

ଦିପଟ ନାଲି ଚୁଡି , 

ପାଦେ ଅଳତା ଆଉ ଝୁଣ୍ଟିଆ 

ଅଭିନୟ କରି ଚାଲିଛି 

ଜୀବନ ନାଟକେ 

ଚରିତ୍ର ଭୂମିକରେ,

ସାଜି ଅଭିନବ ବଧୁ ନିରୂପମା-----!!

କାଶ୍ୟପ ,ରାୟଗଡା,, 

୧୯ ସେପ୍ଟମ୍ବର ୧୭ ,

ରାତ୍ର -୧୧-୪୪ ମିନିଟ ,

ଦୂରଭାଷା -୦୯୪୩୭୨୩୪୪୭୩


Rate this content
Log in

Similar oriya poem from Inspirational