ରାମାୟଣ କଥା
ରାମାୟଣ କଥା
ରାମଙ୍କର ଦରବାରେ ଉଭା ଶିଶୁ ଦୁଇ ଜଣ
କି ସୁନ୍ଦର ରାମାୟଣ କରୁଥାନ୍ତି ଯେ ବର୍ଣ୍ଣନ ।
ଜୟ ଜୟ ଜୟ ପ୍ରଭୁ ଜୟ ଜୟ ହେ ଶ୍ରୀରାମ
ଜୟଜୟ ଜୟଜୟ ଜୟ ଶ୍ରୀ ପୁରୁଷୋତ୍ତମ ।
ଜୟ ହେ ଜୟ ରାଘବ ରାମ କୌଶଲ୍ୟା ନନ୍ଦନ
ଜୟ ହେ କୋଦଣ୍ଡ ଧର ଜୟ ରାଜୀବ ଲୋଚନ।
ପତିତପାବନ ପ୍ରଭୁ ଗାଇଗାଇ ତୁମ ନାମ
ତୁମ ପାଦ ପଦ୍ମରେତ କରୁଅଛୁ ଯେ ପ୍ରଣାମ ।
ବଖାଣି କହୁଛୁ ସେହି ପବିତ୍ର ଅମୃତ ବାଣୀ
ରାମାୟଣ ଶ୍ରୀରାମଙ୍କ କଥା ଅପୂର୍ବ କାହାଣୀ।
ଆର୍ଯ୍ୟାବର୍ତ୍ତ ଏଭାରତେ ସୁନ୍ଦର ମହା ନଗରୀ
ଜନ୍ମ ଭୂମି ଶ୍ରୀରାମ ଙ୍କ ସେପରା ଅଯୋଧ୍ୟା ପୁରୀ।
ରାଜା ଦଶରଥ ରାଜା ସେତ ଅଯୋଧ୍ୟାର ସାଇଁ
ସୁଖରେ ପ୍ରଜା ପାଳନ କରୁଥିଲେତ ଯେ ସେହି ।
ଦାନ ଧର୍ମ ଜ୍ଞାନ ଧ୍ୟାନେ ସଦା ରାଜ୍ୟ ପରିପୂର୍ଣ୍ଣ
ଦୁଃଖ ଗୋଟିଏ ତାଙ୍କର ସେତ ଥିଲେ ନିସନ୍ତାନ।
ପ୍ରାଚୁର୍ଯ୍ୟ ଥାଇବି କୁହ କିଲାଭ ତହିଁରେ ହେବ
ରାଣୀମାନଙ୍କର କୋଳ ଯଦି ଖାଲି ଯେ ରହିବ !
କୌଶଲ୍ୟା କୈକେଇ ପୁଣି ରାଣୀ ସେପରା ସୁମିତ୍ରା
ତିନି ରାଣୀ ଙ୍କର କୋଳ ଶୂନ୍ୟ ସେ ଶୂନ୍ୟ ପସରା
ବିହି ସତେ ମନ୍ଦ ହୋଇ ରାଜାଙ୍କୁ ତ କରେ ବାଦ
ରାଜା ରାଣୀ ଙ୍କ ଆଖିରୁ ହଜିଯାଉଥାଏ ନିଦ ।
ରାଜା ଦଶରଥଙ୍କର ମନରେ ଚିନ୍ତା ଅଶେଷ
ରଘୁକୂଳ ସତେ ଅବା ହୋଇ ଯିବକି ନିର୍ବ°ଶ !
ପାଇବା ପାଇଁକି ରାଜା ସେତ ସନ୍ତାନ ସନ୍ତତି
କେତେ ପୂଜା ଅରଚନା ବ୍ରତ ନିଇତି କରନ୍ତି ।
ରାଜାଙ୍କର କୂଳଗୁରୁ ଗୁରୁ ମହର୍ଷି ବଶିଷ୍ଠ
ବୁଝିପାରିଲେ ରାଜାଙ୍କ ମନକଥା କୁ ଯେ ସେତ । ଦଶରଥ ଙ୍କୁତ ଗୁରୁ ଆସି ଦେଲେ ପରାମର୍ଶ
ଭକ୍ତିରେ ପୁତ୍ରେଷ୍ଟି ଯଜ୍ଞ କର କରହେ ନରେଶ।
ନିଶ୍ଚୟଯେ ପୁତ୍ରବତୀ ତିନି ରାଣୀ ମାନେ ହେବେ
ଚିନ୍ତା ଅବସାଦ ସବୁ ମନୁ ଦୂର ହୋଇ ଯିବେ।
ଗୁରୁ ଙ୍କର କଥା ପ୍ରତି ରାଜା ଦେଇତ ସମ୍ମାନ
ଦଶରଥ କରିଲେତ ମହା ଯଜ୍ଞ ଆୟୋଜନ ।
ମହାନ ସେ ଋଷି ଶ୍ରେଷ୍ଠ ଋଷି ଋଷ୍ଯଶୃଙ୍ଗ ବିଜ୍ଞ
କରିଲେ ଆରମ୍ଭ ଆସି ନିଷ୍ଠା ରେ ପୁତ୍ରେଷ୍ଟି ଯଜ୍ଞ ।
ରାଜା ଆଉ ତିନି ରାଣୀ ଭକ୍ତିରେ ବ୍ରତ ପାଳିଲେ
ସନ୍ତାନ ପ୍ରାପ୍ତି ନିମନ୍ତେ ପ୍ରଭୁ ଙ୍କୁ ପ୍ରାର୍ଥନା କଲେ ।
ଭକ୍ତି ଆଉ ନିଷ୍ଠା ରେତ ତହିଁ ଯଜ୍ଞ ଭଗବାନ
ରାଜା ରାଣୀ ଙ୍କ ଉପରେ ସେତ ହୋଇଲେ ପ୍ରସନ୍ନ।
ଦିବ୍ୟ ଚରୁ ଅନ୍ନ ହାଣ୍ଡି ପ୍ରଭୁ ସ୍ବହସ୍ତରେ ଧରି
ଯଜ୍ଞଅଗ୍ନି ଗରଭରୁ ସେତ ଆସିଲେ ବାହାରି ।
ରାଜା ଦଶରଥଙ୍କର ହସ୍ତେ ଚରୁ ଅନ୍ନ ଦେଇ
କଥାଟି କହିଲେ ପ୍ରଭୁ ତାଙ୍କୁ ସଧିରେ ବୁଝାଇ ।
ରାଣୀମାନେ ଚରୁ ଅନ୍ନ କଲେ ଭକ୍ତିରେ ସେବନ
ନିଶ୍ଚୟ ସେ ପୁତ୍ରବତୀ ହେବେ ଜାଣ ହେ ରାଜନ।
ରାଜା ଚରୁଅନ୍ନ କୁ ଯେ ଦୁଇଭାଗ କରିଦେଲେ
କୌଶଲ୍ୟା କୈକେଇ ଙ୍କର ହସ୍ତେ ନେଇ ସମର୍ପିଲେ ।
ଦୁଇରାଣୀ ପ୍ରସାଦକୁ ଛୁଇଁ ପ୍ରଣାମ କରିଲେ
ଦୁହିଁଙ୍କ ଭାଗକୁ ଦୁହେଁ ଦୁଇ ଭାଗ ଯେ କରିଲେ ।
ସାନ ରାଣୀ ଶୁମିତ୍ରାଯେ ବସି ରହିଥିଲେ ଚାହିଁ
ଦୁଇରାଣୀ ଦେଲେ ତାଙ୍କୁ ସେହି ପ୍ରସାଦଯେ ନେଇ ।
ଚାହୁଁ ଚାହୁଁ ଦିନ ମାସ ହୋଇଗଲା ଯେ ବିଗତ
ଯଜ୍ଞ ର ସୁଫଳ ତହୁଁ ରାଣୀଙ୍କୁ ହେଲା ପ୍ରାପତ ।
ସୌଭାଗ୍ୟ ବତୀ ସେ ତିନି ରାଣୀ ହେଲେ ଗର୍ଭବତୀ
ରାଜ ଉଆସରେ ଗଲା ଶୁଭ କଥା ଯେ ଚହଟି ।
ଦଶମାସ ଦଶ ଦିନ ଯେବେ ବିତିତଯେ ଗଲା
ପ୍ରସବ ସମୟ ଆସି ତହୁଁ ଉପଗତ ହେଲା ।
ଚୈତ୍ରମାସ ଶୁକ୍ଳ ପକ୍ଷ ପବିତ୍ର ନବମୀ ଦିନ
ଉଆସେ ଉଇଁଲେ ସତେ ସେତ ପୂନେଇର ଜହ୍ନ ।
ନାରାୟଣ ନର ରୂପେ ଆସି ହୋଇଲେ ପ୍ରକାଶ
ମୁଖରିତ ହେଲା ମାଟି ପାଣି ପବନ ଆକାଶ।
ପ୍ରଥମେ ରାଣୀ କୌଶଲ୍ୟା ସେତ ମାଆଯେ ହୋଇଲେ
ରାମ ରୂପେ ପ୍ରଭୁ ତାଙ୍କ କୋଳ ମଣ୍ଡନ କରିଲେ।
ତାପରେ ପୁତ୍ର ଭରତ ସେତ ଜନମ ହୋଇଲେ
ରାଣୀ କଇକେଇ ଙ୍କର ମନେ ହରଷ ଭରିଲେ ।
ରାଣୀ ସୁମିତ୍ରାଙ୍କ କୋଳେ ଶୁଭିଲା ତ କୁଆଁ କୁଆଁ
ଶେଷରେ ତ ସାନ ରାଣୀ ସେତ ହୋଇଲେ ଯେ ମାଆ ।
ସୁମିତ୍ରାଙ୍କ କୋଳରେଯେ ଥିଲେ ଜମଜ ସନ୍ତାନ
ଜଣେ ତ ଲକ୍ଷଣ ଆଉ ଜଣେ ଅନୁଜ ଶତୃଘ୍ନ ।
ବିଷ୍ଣୁଙ୍କର ଚାରି କଳା ନେଇ ସେହି ଚାରିଭାଇ
ଅଯୋଧ୍ୟା ହୋଇଲା ଧନ୍ୟ ରାଜ କୁମାରଙ୍କୁ ପାଇ ।
ଗୁରୁ ଋଷି ବଶିଷ୍ଠଙ୍କ ଗୁରୁକୂଳେ ସେତ ଯାଇ
ବିଦ୍ୟା ଅଧ୍ୟୟନ କଲେ ରାଜପୁତ୍ର ଚାରିଭାଇ।
ଆଶ୍ରମରେ ଅସ୍ତ୍ରଶସ୍ତ୍ର ଶାସ୍ତ୍ର ଜ୍ଞାନ ଶିକ୍ଷାକରି
ପ୍ରାସାଦକୁ ଭାଇମାନେ ଯେବେତ ଆସିଲେ ଫେରି ,
ମହାମୁନି ବିଶ୍ଵାମିତ୍ର ଯାଗଯଜ୍ଞ ରକ୍ଷା ପାଇଁ
ରାମ ଲକ୍ଷ୍ମଣଙ୍କୁ ସାଥେ ତହୁଁ ଗଲେ ଋଷି ନେଇ।
ଯଜ୍ଞ ରକ୍ଷା କଲେ ସେତ ତାଡକା କୁ ବଧକଲେ
ରାମ ଚରଣ ରେଣୁରେ ଅହଲ୍ୟା ଉଦ୍ଧାର ହେଲେ।
ମିଥିଳାରେ ହେଉଥିଲା ସୀତାଙ୍କର ସ୍ଵୟମ୍ବର
ରାମ ଲକ୍ଷ୍ମଣଙ୍କୁ ତହିଁ ସାଥେ ନେଲେ ବିଶ୍ଵାମିତ୍ର।
ପଥେ ଗଙ୍ଗା ପାରି ପାଇଁ କୈବର୍ତ୍ତ କଥା ରଖିଲେ
ଶ୍ରୀରାମଙ୍କ ପାଦ ଧୋଇ କୈବର୍ତ୍ତ ଯେ ଧନ୍ୟ ହେଲେ।
ଭୂମି ସୂତା ସତି ସୀତା ଜନକ ରାଜ ନନ୍ଦିନୀ
ଧରଣୀ ଗରଭୁ ଜାତ ଅଲିଅଳି ସେ ଦୁଲଣୀ ।
ସର୍ତ୍ତ ରଖିଥିଲେ ଏକ ମିଥିଳା ନଗ୍ର ରାଜନ
ସର୍ତ୍ତ ନୁହେଁ ପରୀକ୍ଷା ସେ ସର୍ତ୍ତ ସେ ବଡ କଠିନ।
ଯିଏତ ପାରିବ ଭାଙ୍ଗି ସେ ଦିବ୍ୟ ଶିବ ଧନୁକୁ
ବରଣ କରିବେ ଜେମା ପତି ରୂପେ ସେ ବୀରଙ୍କୁ ।
ବିଶ୍ଵାମିତ୍ର ଙ୍କ ସାଥିରେ ରାମ ରଘୁ କୂଳ ନାଥ
ସ୍ଵୟମ୍ବର ସଭା ସ୍ଥଳେ ହେଲେ ଆସି ଉପଗତ।
ଗୁରୁଙ୍କୁ ପ୍ରଣାମ କରି ରାମ ରାଜିବ ଲୋଚନ
ଶିବ ଧନୁ ଉଠାଇ ଣ ବସାଇଲେ ତହିଁ ଗୁଣ।
ଟଙ୍କାରନ୍ତେ ଶିବ ଧନୁ ଭାଙ୍ଗି ଦୁଇ ଖଣ୍ଡ ହେଲା
ଚଉଦିଗୁ ପୁଷ୍ପମାନ ଆନନ୍ଦେ ବରଷା ହୋଲା ।
ଜେମାଙ୍କ ପାଣି ଗ୍ରହଣ ବୀର ଶ୍ରୀରାମ କରିଲେ
ରଘୁ କୂଳ କୂଳବଧୁ ଜନକ ନନ୍ଦିନୀ ହେଲେ ।
ତାପରେ ଘଟିଲା ଯାହା ଆହା ବିଧିର ବିଧାନ
କହୁ କହୁ ଶିଶୁ ଦ୍ବୟ ଦୁଃଖେ ହେଲେ ମ୍ରିୟମାଣ।
ପିତାଙ୍କର ସତ୍ୟ ପାଳି ରାମ ବନବାସ ଗଲେ
ସାଥିରେ ଲକ୍ଷ୍ମଣ ଆଉ ଦେବୀ ସୀତା ଯେ ଚଳିଲେ।
ଚଉଦ ବରଷ କାଳ ସେମାନେ ବନେ ବୁଲିଲେ
କେତେ ଅସୁର ଙ୍କୁ ବନ ପଥରେ ନିଧନ କଲେ ।
ମାୟାବୀ ରାବଣ କଲା ସୀତା ମାତାଙ୍କୁ ହରଣ
ଅଧୀର ହୋଇ ଖୋଜିଲେ ତାଙ୍କୁ ଶ୍ରୀରାମ ଲକ୍ଷ୍ମଣ।
ହନୁମାନ ସୁଗ୍ରୀବ ଙ୍କୁ ପଥେ ସେମାନେ ଭେଟିଲେ
ସୁଗ୍ରୀବ ଙ୍କ ସହ ରାମ ଯାଇ ବନ୍ଧୁତା କରିଲେ ।
ବାଳି ସହ ଯୁଦ୍ଧ କରି ତାକୁ ନିଧନ କରିଲେ
ମିତ୍ର ସୁଗ୍ରୀବ ଙ୍କୁ ରାମ କିଷ୍କିନ୍ଧ୍ୟାର ରାଜା କଲେ ।
ସାତ ସିନ୍ଧୁ ଡେଇଁ ବୀର ହନୁମାନ ଚଳି ଗଲେ
ଲଙ୍କା ରେ ମାତା ସୀତାଙ୍କ ଯାଇ ସନ୍ଧାନ କରିଲେ ।
ଅଶୋକ ବନରେ ବସି ମାତା କରୁଥାନ୍ତି ଶୋକ
ଜନକ ନନ୍ଦିନୀ ମନେ ଭରା ଅକୁହା ସେ ଦୁଃଖ।
ଅସୁରୁଣୀ ମାନେ ତାଙ୍କୁ ତହିଁ ବେଢି ବସିଥାନ୍ତି
କେତେ ଅକଥା ତାଙ୍କର କାନେ ସେତ କହୁଥାନ୍ତି।
ମାତା ସୀତା ଭାବୁଥାନ୍ତି ବସି ବିଷାଦ ମନରେ
ସତରେ ଆସିବେ ପ୍ରଭୁ ଏତେ ଦୂର ଲଙ୍କା ପୁରେ !
ରାବଣକୁ ବଧକରି ତାଙ୍କୁ ଉଦ୍ଧାର କରିବେ
ପ୍ରଭୁଙ୍କ ସାଥିରେ ପୁଣି ସେତ ଅଯୋଧ୍ୟା ଫେରିବେ !
ବାନର ସେନାଙ୍କ ସାଥେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ
ସେତୁବନ୍ଧ ବାନ୍ଧିବାକୁ ହେଲେ ସହଜେ ସକ୍ଷମ।
ଦଳବଳ ଧରି ପ୍ରଭୁ ଲଙ୍କା ଗଡକୁ ଚଳିଲେ
ଲଙ୍କା ଗଡ ର ମାଟି ପାଣି ସେତ ଥରାଇଯେ ଦେଲେ ।
ରାବଣର ଭାଇ ବିଭୀଷଣ ଗଲା ରାମଙ୍କ ଶରଣ
ତାଙ୍କ ଯୋଗୁ ଶତୃ ଧ୍ବଂସ ସହଜ ହୋଇଲା ଜାଣ।
ରାମ ଅସୁର ଙ୍କ ମଧ୍ୟେ ଯୁଦ୍ଧ ହୋଇଲା ପ୍ରବଳ
ଦୈତ୍ୟ କୂଳ ଦିନୁଦିନ ସେତ ହୋଇଲେ ଦୁର୍ବଳ।
ରାବଣର ରଥୀ ଆଉ ମହାରଥୀ ଥିଲେ ଯେତେ
ସମସ୍ତେ ନିହତ ହେଲେ ରାମ ସେନା ଙ୍କର ହାତେ ।
ଶେଷରେ ରାବଣ ଆସି ଘୋର ସମର କରିଲା
ରାମ ରାବଣ ଯୁଦ୍ଧରେ ସାରା ଜଗତ ଥରିଲା ।
ପ୍ରଭୁଙ୍କର ସରାଘାତେ ସେହି ଦୈତ୍ୟ ଦଶାନନ
ଗରଜନ କରି ତାର ତହିଁ ହାରିଲା ଜୀବନ।
ଜୟ ଜୟ ଜୟ ରାମ ରାମ ଉଛୁଳି ପଡିଲା
ସରଗ ରାଇଜୁ ତହୁଁ ପୁଷ୍ପ ବରଷା ଯେ ହେଲା ।
ଅଶୋକ ବନରୁ ମାତା ସୀତା ମୁକତ ଯେ ହେଲେ
ପ୍ରଭୁଙ୍କ ପାଦ ପଦ୍ମରେ ଆସି ପ୍ରଣାମ ସେ କଲେ ।
ନିଷ୍ଠୁର ଶ୍ରୀରାମ ତହିଁ ଦେଲେ ନିଷ୍ଠୁର ଆଦେଶ
ଜଗାଇବା ପାଇଁ ସେତ ତାଙ୍କ ହୃଦୟେ ବିଶ୍ବାସ,
ଅଗ୍ନି ପରୀକ୍ଷା ସୀତାଙ୍କୁ ସେତ ଦେବାକୁ ପଡ଼ିବ
ଜଳନ୍ତା ଅଗ୍ନି କୁଣ୍ଡ ରେ ତାଙ୍କୁ ପସିବାକୁ ହେବ ।
ପ୍ରଭୁଙ୍କ କଥା କୁ ସୀତା ତହିଁ ସାଦରେ ମାନିଲେ
ନିର୍ଭୟେ ଅଗ୍ନି ରେ ପସି ସତୀ ପରୀକ୍ଷା ଯେ ଦେଲେ ।
ସତୀଙ୍କର ଅଗ୍ନି ଅବା କରିପାରନ୍ତେ କି କ୍ଷତି
ସସମ୍ମାନେ ଅନଳରୁ ବାହାରି ଦେଲେ ମୁକତି ।
ତାପରେ ରାଜ୍ୟେ ଫେରିବା ବେଳ ଆଗତ ହୋଇଲା
ଲଙ୍କା ଗଡ଼ୁ ନେବା ପାଇଁ ଶୁଭ ବିଦୟର ବେଳା ।
ଲଙ୍କା ରୁ ଅଯୋଧ୍ୟା କୁ ପ୍ରଭୁ ଆସିଲେତ ଫେରି
ସୀତାଙ୍କର ଦୁଃଖ କିନ୍ତୁ ତହିଁ ଗଲା ନାହଁ ସରି।
ଅଯୋଧ୍ୟା ସିଂହାସନରେ ରାମ ହେଲେ ଅଭିଷିକ୍ତ
ସୁଖରେ ପାଳିଲେ ରାଜ୍ୟ ରାଜା ଦଶରଥ ସୂତ ।
ରାମଙ୍କୁ ତ ରାଜା ରୂପେ ପାଇ ଅଯୋଧ୍ୟା ର ବାସୀ
ସଭିଙ୍କ ମନେ ଆନନ୍ଦ ଘରେ ଘରେ ହସ ଖୁସି।
ସୀତାଙ୍କ କପାଳେ ବିହି ଏଣେ ଲେଖିଥିଲା ଦୁଃଖ
ମିଳନ୍ତା ବା ତାଙ୍କୁ କାହିଁ କୁହ ରାଜରାଣୀ ସୁଖ !
ତଉଦ ବର୍ଷ କଟାଇ ଦୁଃଖେ ସେତ ଘୋର ବନେ
ଆସିଲେ ସେ ଫେରି ସିନା ଅଯୋଧ୍ୟା ରାଜ ଭବନେ।
ବିହି ପୁଣି ତାଙ୍କ ପାଇଁ ଦେଖ କପଟ କରିଲା
ଅମା ଅନ୍ଧକାର ପୁଣି ସେତ ଘନେଇ ଆସିଲା ।
ମନ୍ଦମତି ପ୍ରଜା କେହି ସତୀ ସୀତାଙ୍କ ନାମରେ
ଅପଯଶ ରଟିଲାସେ ବୁଲି ଅଯୋଧ୍ୟା ନଗରେ ।
ମୋଚନ କରିବା ପାଇଁ ସେହି ପ୍ରଜାଙ୍କ ସନ୍ଦେହ
ପ୍ରଜାନୁରଞ୍ଜନ ରାମ ତହୁଁ ହୋଇଲେ ନିର୍ଦ୍ଦୟ।
ସତୀ ସୀତାଙ୍କ ପ୍ରତି ଯେ ରାମ ଅନ୍ୟାୟ କରିଲେ
ମିଛ ସନ୍ଦେହରେ ତାଙ୍କୁ ସେତ ବର୍ଜ୍ଜନ କରିଲେ ।
ଘୋରବନେ ଲକ୍ଷ୍ମଣ ଯେ ତାଙ୍କୁ ଛାଡି ତ ଆସିଲେ
ବିଚାରା ସେ ଅଭାଗିନି ବନେ ରୋଦନ କରିଲେ ।
କିଏସେ ଶୁଣିବ ବନେ ତାଙ୍କ ମନର ସେ ବ୍ୟଥା
ନୀରବ ନିସ୍ପନ୍ଦ ସବୁ ଗଛ ପତ୍ର ଆଉ ଲତା ।
ଭାବିଲେ କିଲାଭ ଆଉ ମୋର ଜୀବନରେ ଏଇ
ହାରିବେ ଅଲୋଡା ପ୍ରାଣ ନଦୀ ଗରଭକୁ ଡେ଼ଇଁ।
ବିବେକ ଯେ ଦେଲା ବାଧା ସୀତା ମାତାଙ୍କୁ ତହିଁରେ
ଅଯୋଧ୍ୟା ର ଭବିଷ୍ୟତ ଛନ୍ତି ତାଙ୍କ ଗରଭରେ।
ଘୋରବନେ ଅନ୍ତସତ୍ତ୍ବା ରାଜରାଣୀ ସତୀସୀତା
ଭାଗ୍ୟ କୁ ଭେଟିଲେ ତାଙ୍କୁ ଋଷି ବାଲ୍ମୀକି ମହାତ୍ମା।
ଆଶ୍ରମରେ ନେଇ ତାଙ୍କୁ ଋଷି ଆଶ୍ରୟ ଯେ ଦେଲେ
ସେହିଠାରେ ତପସ୍ୱିନୀ ଭାବେ ସୀତା ଯେ ରହିଲେ
ଜନକ ନନ୍ଦିନୀ ସେତ ପୁଣି ରଘୁକୂଳ ରାଣୀ
ଆଶ୍ରମ ବାସିନୀ କଲା ଦେଖ ଭାଗ୍ୟ ତାଙ୍କୁ ଆଣି।
ସ୍ବାମୀ ଙ୍କ ମର୍ଯ୍ୟାଦା ଆଉନିଜ ମାନ ସ୍ୱାଭିମାନ
ଆଶ୍ରମେ ଚଳନ୍ତି ଦେଇ ସୀତା ସେଥିପ୍ରତି ଧ୍ୟାନ।
ଦାସ ଦାସୀ ଖଟୁଥିଲେ ଦିନେ ଯାହାଙ୍କର ପାଇଁ
ଦାସୀ ପରି ଖଟିଲେ ସେ ଆସି ନିଜେ ନିଜ ପାଇଁ।
ଫୁଲଠୁ କୋମଳ ସେହି ଅତି ସୁକୁମାରୀ ପ୍ରାଣ
କ୍ଷୀଣ ହେବାକୁ ଲାଗିଲା ଆଶ୍ରମରେ ଦିନୁଦିନ ।
ଜଙ୍ଗଲ ରୁ ଜାଳ ସେତ ନିତି ସଙ୍ଗ୍ରହ କରନ୍ତି
ଝରଣା ରୁ କଳସୀରେ ଜଳ ପୁଣି ଯେ ଆଣନ୍ତି।
ଆଶ୍ରମକୁ ଖରକନ୍ତି ନିତି ରୋଷେଇ କରନ୍ତି
ଗରଭେ ସନ୍ତାନ ତାଙ୍କମାତା ଯତନ ନିଅନ୍ତି।
ଚାହୁଁ ଚାହୁଁ ପ୍ରସବରବେଳ ହେଲା ଉପଗତ
ଜମଜ ସନ୍ତାନ ସୀତା ତହିଁ କରିଲେତ ଯାତ।
କୁଆଁ କୁଆଁ ଶବଦରେ ସାରା ଆଶ୍ରମ କମ୍ପିଲା
ବନ ଉପବନରେତ ପୁଲକ ଯେ ଭରିଗଲା।
ଚଉଦିଗ ଆନନ୍ଦରେ ସେତ ହେଲା ମୁଖରିତ
ପବନ ଗାଇଲା ତହିଁ ମିଠା ମଙ୍ଗଳ ସଙ୍ଗୀତ।
ଋଷି ବାଲ୍ମୀକି ଦୁହିଁଙ୍କ କୁଣ୍ଡଳୀ ତିଆରି କଲେ
ଶିଶୁ ଦୁହିଁଙ୍କର ନାମ ଋଷି ଲବ କୁସ ଦେଲେ ।
ଧୀରେ ଧୀରେ ଶିଶୁ ଦୁଇ ଆଶ୍ରମରେ ବଡ ହେଲେ
ଅସ୍ତ୍ରଶସ୍ତ୍ର ଶାସ୍ତ୍ର ବିଦ୍ୟା ଦୁହେଁ ଶିକ୍ଷା ତହିଁ କଲେ।।
ମାତା ସୀତା ସରସ୍ଵତୀ ସେତ ଦୁର୍ଗା ସ୍ବରୂପିଣୀ
ସନ୍ତାନ ଦୁହିଁଙ୍କୁ କଲେ ସେତ ଭାରି ସ୍ବାଭିମାନୀ।
ଅସ୍ତ୍ରଶସ୍ତ୍ର ଚାଳନା ଠୁ ଶାସ୍ତ୍ର ପୋଥୀ ଅଧ୍ୟୟନ
ସବୁଦିଗ ପ୍ରତି ସେତତାଙ୍କ ଦେଇଛନ୍ତି ଧ୍ୟାନ।
ମାତା ଯୋଗୁ ସ୍ବାବଲମ୍ବୀ ତାଙ୍କ ଜମଜ ସନ୍ତାନ
ମାଆଙ୍କ ଆଶିଷେ ଦୁହେଁ ହୋଇଲେ ଯେ ବଳିୟାନ।
ମାତାଙ୍କ ସହ ବିତାଇ ଦୁହେଁ ସମୟ କଠିନ
ଶୈଶବକୁ ଦେଇଦେଲେ ସେତ ତାଙ୍କ ବଳିଦାନ।
ଆମେ ସେହି ହତଭାଗ୍ୟ ସତୀ ସୀତା ମାତା ସୂତ
ଜଣେ ଭାଇ ଲବ ଆଉ ଜଣେ ଭାଇ କୁଶ ସେତ।
ଜୀବନ ଠାରୁ ବଡଯେ ସେହି ମାତା ଙ୍କ ସମ୍ମାନ
ସେଥିପ୍ରତି ଦେଇଛନ୍ତି ତାଙ୍କ ଦୁଇ ଶିଶୁ ଧ୍ୟାନ।
କହୁ କହୁ ଦୁଇ ଭାଇ ତହିଁ କ୍ରନ୍ଦନ ଯେ କଲେ
ନିଜ କଥା ଦୁହେଁ ତହିଁ ମିଶି ବଖାଣୁ ଯେ ଥିଲେ ।
ରାମ ଦରବାରେ ଆଜି ହୋଇ ଆମେ ଉପଗତ
ଶୁଣାଇଲୁ ରାମାୟଣ ରାଜା ରାମଙ୍କ ଚରିତ।
