STORYMIRROR

padmaja pati

Abstract

4  

padmaja pati

Abstract

ସବୁ ଲାଗୁ ନୂଆ ନୂଆ

ସବୁ ଲାଗୁ ନୂଆ ନୂଆ

1 min
404

ନୀଚ ହେୟ ବୋଲି ଜନ ନେତ୍ରେ ଯାହା 
ଦିଶୁଥିଲା ବାରମ୍ବାର 
ନିଜ ହାତେ ଗଢି ମୂରତି ସେଥିରେ 
କଲ ତାକୁ ଆପଣାର l
ମାଟି ପିଣ୍ଡୁଳାକୁ ଭିଜାଇ, ଚକଟି 
ଗଢି ଦେଲ ନୂଆ କରି 
କେତେ ଯେ ରଙ୍ଗରେ ସଜାଇଲ
ତାକୁ ଦେଖି  ମନ ଉଠେ ପୂରି l
ଝଲସି ଉଠିଲା ଝଲସାଇ ଦେଲା 
ତା'ର  ନୂଆ ପରିବେଶ 
ଦେଖିଲେ ସଭିଏଁ ମନ ଆନନ୍ଦରେ 
ଲଭିଲେ ଆତ୍ମ ସନ୍ତୋଷ l
ମାଟିର ମଣିଷ ଜଳେ ହାହୁତାଶେ
ଲୋଡ଼େ ତୁମ ବାହୁ ଛାୟା
ବୁକୁରେ ସାଉଁଟି ଦେଇ ଆଶୀର୍ବାଦ
ପୁଲକିତ କର କାୟା l
ଜୀବନର ଯେତେ ବାଧା, ପ୍ରତିବାଦ
ନ ଲାଗୁ କଷ୍ଟଦାୟକ
ବ୍ୟକ୍ତିତ୍ୱ ବିକାଶ ପାଇଁ ନିରନ୍ତର
ହେଉଥାଉ ସହାୟକ l
ଦେଖାଅ ମା ନିତି ଅଶାର ଆଲୋକ
ଦିଅ ବଞ୍ଚିବାର ରାହା
ଅପସରି ଯାଉ ଅମା ଅନ୍ଧାର
ସବୁ ଲାଗୁ ନୂଆ ନୂଆ l


Rate this content
Log in

Similar oriya poem from Abstract