STORYMIRROR

Trushna Das

Abstract Inspirational

3  

Trushna Das

Abstract Inspirational

ବାପା ମାଆ

ବାପା ମାଆ

4 mins
265

             

ସନ୍ତାନର ଜନ୍ମଦାତା 

ସେମାନେ ହେଉଛନ୍ତି ଯେ ବାପା ମାଆ 

ସନ୍ତାନର ମୂଳଦୂଆ, ପ୍ରତିଷ୍ଠାତା

ସନ୍ତାନ ତାଙ୍କ ଆଖିର ତାରା। 


ବାପା ମାଆଙ୍କ ପାଇଁ ସନ୍ତାନ ଅମୂଲ୍ୟ ରତ୍ନ 

ସନ୍ତାନକୁ କରି ଥାନ୍ତି କେତେ ଯତ୍ନ

ସନ୍ତାନ ପଛରେ ଲୁଟି ଥାଆନ୍ତି ସର୍ବସ୍ୱ 

ରଖିବାକୁ ତାକୁ ସୁରକ୍ଷିତ। 


ବାପା ମାଆ ସନ୍ତାନର ପ୍ରଥମ ସାଥୀ

ସନ୍ତାନ ପ୍ରଥମେ ଚାଲି ଶିଖି ଥାଏ ତାଙ୍କ ହାତ ଧରି 

ବୁଲିବା ଆରମ୍ଭ କରିଥାଏ ବାପାଙ୍କ କାନ୍ଧେ ବସି

ବଞ୍ଚିବା ଶିଖେ ବାପାଙ୍କ ପରିଚୟ ନେଇ। 


ମାଆ ସନ୍ତାନକୁ ଦଶ ମାସ ନିଜ ଗର୍ଭରେ ଧରି

​କେତେ ଯନ୍ତ୍ରଣା ସହି

​ନିଜର ପ୍ରଥମ ସ୍ପର୍ଶ ଦେଇ 

ତାକୁ ନିଜ ସ୍ତନ୍ୟପାନରେ ଦେଇ ଥାନ୍ତି ଅମୃତ ଭରି। 


ବାପା ଖରା, ବର୍ଷା, ଶୀତ ଖାତିର ନ କରି

ଦିନ ରାତି ଅହରହ ପରିଶ୍ରମ କରି 

ନିଜ ଜୀବିକା ନିର୍ବାହ କରି

ଚଳାଇ ଥାନ୍ତି ଘର ମାଆଙ୍କ ସାଥୀ ହୋଇ।।


ସନ୍ତାନର ପେଟ ପୂରାଇବାକୁ ଯାଇ 

ନିଜ ପେଟ ଖାଲି ରଖି

ଯାଆନ୍ତି ଶୋଇ 

ସେ ଯେ ଆଉ କେହି ନୁହଁନ୍ତି, ବାପା ମାଆ ଆମରି।। 


ବାପା ମାଆଙ୍କ ଆଖିରେ ସବୁ ସନ୍ତାନ ସମାନ

କରି ନ ଥାନ୍ତି ପାତର ଅନ୍ତର 

ଦେଇଥାନ୍ତି ସନ୍ତାନକୁ ନିଜ ପରିଚୟ 

ଦେଇ ଥାନ୍ତି ତାକୁ ନିଜ ସବୁ କିଛିର ଅଧିକାର।। 


ବାପା ମାଆ ଘର ଦୃଢ଼ ସ୍ତମ୍ଭ 

ନିଜ କାନ୍ଧେ ବହି ଥାନ୍ତି ସମସ୍ତଙ୍କ ଦାୟିତ୍ବ 

ଖଟି ଚାଲି ଥାନ୍ତି ଅହରହ

କରିବାକୁ ପୁରଣ ସନ୍ତାନର ସପନ।।


ବାପା ମାଆ ପରା ପୃଥିବୀରେ ଈଶ୍ୱରଙ୍କ ପ୍ରତିରୂପ 

ସନ୍ତାନ ଖୁସି ପାଇଁ ଲୁଟି ଥାଆନ୍ତି ନିଜର ସର୍ବସ୍ୱ 

ହୋଇ ଯାଆନ୍ତି ଖୁସି ଦେଖି ସନ୍ତାନର ହସ

ହୋଇ ଯାଆନ୍ତି ବିଚଳିତ ଦେଖି ସନ୍ତାନର ଦୁଃଖ।।


ଝିଅ ପାଇଁ ବାପା ସବୁଠାରୁ ବିଶ୍ୱସ୍ତ ପୁରୁଷ 

କେବେ ତା ପାଇଁ ବାପାଙ୍କ ହୋଇ ନ ଥାନ୍ତି ବିଶ୍ବାସଘାତକ

ସେ ପରା ବାପାଙ୍କ ଅଂଶ 

ଖୁସି ହୋଇ ଥାଏ ପାଇ ତାଙ୍କଠାରୁ ସ୍ନେହ।। 


ସନ୍ତାନକୁ କରିବା ପାଇଁ ବଡ

ବାପା ମାଆ ସହି ଥାନ୍ତି କେତେ ଦୁଃଖ କଷ୍ଟ

ହେଲେ ସନ୍ତାନ ହୋଇ ବଡ

ଭୁଲି ଯାଆନ୍ତି ବାପା ମାଆଙ୍କ ତ୍ୟାଗ।।


ବଡ ହୋଇ ସନ୍ତାନ କରନ୍ତି ପ୍ରଶ୍ନ

ଆମ ପାଇଁ କରିଛ କଣ

ଯାହା କରିଛ ତାହା ତୁମର କର୍ତ୍ତବ୍ୟ 

ଆମେ ତ କହି ନ ଥିଲୁ କରିବାକୁ ତୁମକୁ ତ୍ୟାଗ।। 

ସେଇ ସନ୍ତାନ ଦେଖାନ୍ତି ବାପା ମାଆଙ୍କୁ ବୃଦ୍ଧାଶ୍ରମ

ଭୁଲି ଯାଆନ୍ତି ତାଙ୍କ ତ୍ୟାଗ 

କରି ଦିଅନ୍ତି ତାଙ୍କୁ ପର

କେମିତି କେଜାଣି ସୁଝିବେ ଋଣ ବାପା ମାଆଙ୍କର!!!!!


ମୋ ବାପା ମାଆ ମୋ ପାଇଁ ଦେବ ତୁଲ୍ୟ

ତାଙ୍କ ସନ୍ତାନ ବୋଲି ମନେ କରେ ନିଜକୁ ଧନ୍ୟ

ସେଥିପାଇଁ ଈଶ୍ୱରଙ୍କ ପାଖେ ମୁଁ ନତମସ୍ତକ 

ସୁଝି ତ ପାରିବି ନାହିଁ ବାପା ମାଆଙ୍କ ଋଣ

ହେଲେ ସେମାନଙ୍କ ପାଖେ ରହି କରିବି ସେବା ଯତ୍ନ ସବୁ ଦିନ 

ଈଶ୍ୱରଙ୍କୁ ପ୍ରାର୍ଥନା କରିବି ସେମାନଙ୍କ ଦୀର୍ଘ ଆୟୁଷ 

ଯେମିତି ସେମାନଙ୍କ ହାତ ଥିବ ମୋ ମଥା ଉପରେ ସବୁ ଦିନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract