କର୍ମ ଅନୁରୂପି ଫଳ
କର୍ମ ଅନୁରୂପି ଫଳ
ଆତ୍ମ ବଡ଼ିମାର ଚିନ୍ତା କରି ନିଜର ବଡେଇ,
ବଡ଼ପଣରେ, ଧରାକୁ ସରା ସେ ନମଣଇ ।
ସମସ୍ତେ ତ ସର୍ବଦା ନିଜକୁ ଶ୍ରେଷ୍ଠ ଭାବନ୍ତି,
ପ୍ରତିପାଦନ କରିବାକୁ ମନ ମଧ୍ୟେ ଚାହାଁନ୍ତି ।
ଶାସ୍ତ୍ରରେ ପାଉଛେ, ଜୀବନ ତ କର୍ମମୟ,
ସୁକର୍ମ କରିଲେ ଜୀବନ ହୁଅଇ ସୁଖମୟ ।
ଜୀବନରେ କର୍ମର ଗୁରୁତ୍ୱ, ରହିଅଛି କଥା,
ସୃଷ୍ଟିରେ କର୍ମ ନକରିଲେ ମିଳିବ ତ ବ୍ୟଥା ।
ଅତର ଭଳି ଉତ୍ତମ କର୍ମ ବାସିଯାଏ ମହୀରେ,
ମନର ଶାନ୍ତିରେ ହସ ଆସିବ ମୁଖ ମଣ୍ଡଳରେ ।
ନାହିଁ ଭେଦଭାବ, ପରୋପକାର ଭାବନା ଥିବ,
ସ୍ନେହ ମମତାରେ ସକଳ ଜନରେ ହସ ଆଣିବ ।
ଦକ୍ଷତାକୁ ହୃଦୟେ ଭରି କର୍ତ୍ତବ୍ୟ କର୍ମ କଲେ ଜୀବନରେ,
ଭବିଷ୍ୟତ ଅଛିଣ୍ଡା ଗଣିତ କେବେ ଦୁଃଖ ନ ଭୋଗିବୁରେ ।
ମୃତ୍ୟୁ ସୁନିଶ୍ଚିତ, କି ଅବା ସଂସାରୁ ଆମେ ନେବା,
ରଙ୍ଗ ସବୁ ଛାଡିଯିବ, ବଡିମାରେ କଅଣ ପାଇବା ।
ରୋପିଲେ ଦୁଦୁରା, ପାରିଜାତ ଶୋଭା କି ହବ,
ଭଲ ମନ୍ଦ ସୃଷ୍ଟିର ନିୟମ, ଆକାରଣେ ଦୁଃଖ କିଆଁ କରିବ ।
କର୍ମ ଅନୁରୂପି ଫଳ ହୁଏ, ସେ ତାହା ତ ଭୁଞ୍ଜଇ,
କି ଲାଭ ହେବ ଅନ୍ୟକୁ ଅବା ଭାଗ୍ୟକୁ ଯେ ନିନ୍ଦଇ ।
