STORYMIRROR

Sumitra Nayak

Abstract Classics Inspirational

3  

Sumitra Nayak

Abstract Classics Inspirational

କର୍ମ ଫଳ ଘିତି

କର୍ମ ଫଳ ଘିତି

1 min
418

ପୂର୍ବ ଜନ୍ମର କର୍ମ ଫଳକୁ ଘିତି

ଏ ଜନ୍ମେ ଫଳ ହୋଇଥାଏ ପ୍ରାପ୍ତି ।


ଭଲ କର୍ମେ ମୋକ୍ଷ ପ୍ରାପ୍ତି ହୋଏ

ମନ୍ଦ କର୍ମ ଘେନି ଭୋଗିବା ଥାଏ ।


ଯେସନେ କର୍ମକୁ ତେସନେ ଫଳ

କର୍ମ ଘେନି ଫଳ ହୁଏ ନିର୍ଦ୍ଧାରିତ ।


ନିର୍ଦ୍ଧାରିତ ଫଳେ ଜୀବନ ବିତିତ

ଜନ୍ମରୁ ଅନ୍ତ ଯାଏ ଥାଏ ଅର୍ଜିତ ।


ସୁକର୍ମେ ସୁଫଳ ସୁଜନଙ୍କୁ ମିଳେ

କୁକର୍ମେ କୁଫଳ ଦୁର୍ଜନଙ୍କୁ ମିଳେ ।


ପରୋପକାରୀ ପରୋ ହିତକାଂକ୍ଷି

ବୈକୁଣ୍ଠେ ସ୍ଥାନ ହୋଇ ଥାଏ ପ୍ରାପ୍ତି ।


ଦୁର୍ଜନ ପ୍ରକୃତିଙ୍କ ଭାଗ୍ୟ ବିଡମ୍ବନା

ଶାସ୍ତି ପାଇଁ ସେ ହୋଇଥାଏ ଗଣା ।


ପୂର୍ବ ଜନ୍ମ କର୍ମ ଏ ଜନ୍ମେ ଜିତେ

କର୍ମକୁ ଫଳ ଖଞ୍ଜାଥାଏ ସତେ ।


ବିଶ୍ଵ କର୍ତ୍ତା ଯେବେ ନ୍ୟାୟ କରିବ

ଅନ୍ୟାୟ ର ଭରା ତେବେ ପୂରିବ ।


କେହି ଦର୍ଶୁ ନାହାନ୍ତି ତୁମ ଅପକର୍ମକୁ

ଏହି ଭାବ ସୁପ୍ତେ ଦୁର୍ଜନ ବ୍ୟକ୍ତିଙ୍କୁ ।


ସବୁର ନିକିତି ଗଣା ହୋଇବ

ପାପ କର୍ମର ଘଡା ଯେବେ ବଢିବ ।


ପୁଣ୍ୟ କର୍ମ କିଛି ସାଉଁଟି ଚାଲ

ମନକୁ ସଚ୍ଚୋଟ ସ୍ଵଚ୍ଛରେ ଭର ।


କେହି କାହା କର୍ମୁଁ ଭାଗ ନନେବେ

ସର୍ବେ କର୍ମ ଫଳ ସିଦ୍ଧ କରିବେ ।


ଧର୍ମ ପଥେ ଯେବେ ଚାଲିବା ସର୍ବେ

ଧର୍ମ ଅର୍ଜିତ ଫଳ ମିଳିବ ତେବେ ।



Rate this content
Log in

Similar oriya poem from Abstract