STORYMIRROR

Sumitra Nayak

Abstract Classics Inspirational

3  

Sumitra Nayak

Abstract Classics Inspirational

ପଥ ଗ୍ରସ୍ତର ମୋଡ ବଦଳିଛି

ପଥ ଗ୍ରସ୍ତର ମୋଡ ବଦଳିଛି

1 min
325

ମୋ ପଥ ଗ୍ରସ୍ତ ର ମୋଡ଼ ବଦଳିଛି

କଣ୍ଟକିତ ପଥ ରେ ପୁଷ୍ପ ଖେଳି ଅଛି।


      ଜୀବନ ର ସୂତ୍ର ଅଟେ ଯେ ଏହିପରି

      କଣ୍ଟା ପୁଷ୍ପ ରାସ୍ତେ ଦିନ ଯାଏ ମୋର ସରି।


କେବେ ଦୋଛକି ରେ ଦ୍ୱିବିଧା ଗ୍ରସ୍ତ

କେବେ ପୁଣି ମନ ହୁଏ ବିଚଳିତ।


        ଦୁଃଖଦ ଭରା ଦିନ ଗଲାଣି ଯେ ବିତି

         ମନେ ଖେଳି ଉଠେ ଉଲ୍ଲାସ ର ସ୍ଥିତି।


ଦୁଃଖ ସୁଖ ଭାର ନେଇ ଜୀବନ ବିତିତ

ଦୁଃଖ ପରେ ସୁଖ ଏହି ଭାବେ ଲିଖିତ।


        କେବେ ଆସେ ପୁଣି ଦୁଃଖ ଭରା ମୋଡ଼

        କେବେ ପୁଣି ଖୁସି ର ମୌସୁମୀ ଝଡ।


ସବୁ ସ୍ଥିତି ପରିସ୍ଥିତି କୁ ଆପଣେଇ ନେଇ

ଧର୍ଯ୍ୟବାନ୍ ରହିବା ସ୍ଥିତି ର ସମ୍ମୁଖିନ ପାଇଁ।

 

        ମନେ ଭୟ ଭାବ କାହିଁକି ଯେ ରଖିବା

        ଏ ଜୀବନ ଛକି ଶୂନ ପରି ଖେଳାଯିବା


ଆଜି ମୃତ୍ୟୁ କିମ୍ବା କାଲି ମୃତ୍ୟୁ ହେବ

ଏ କାଳ ଚକ୍ରକୁ କେ ଅବା ଜାଣିବ।

           

          ପ୍ରତେକ ମୋଡ଼ରେ କିଛି ଶିକ୍ଷା ହେବ ପ୍ରାପ୍ତ

          ଏହି ଜୀବନର ପ୍ରତି କ୍ଷଣ ଶିକ୍ଷଣୀୟ ଯୁକ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract