STORYMIRROR

Chittaranjan Nanda

Classics Others

3  

Chittaranjan Nanda

Classics Others

ମଣିଷର ବ୍ଯର୍ଥ ପ୍ରୟାସ

ମଣିଷର ବ୍ଯର୍ଥ ପ୍ରୟାସ

1 min
284


ପ୍ରକୃତିର ନିୟମରେ,

ମଣିଷର,

ଚେତନା ଅଛି,

ବୁଦ୍ଧି ଅଛି, 

ବିବେକ ଅଛି, 

ଚିନ୍ତା କରିବାର କ୍ଷମତା ଅଛି,

ମନ ଅଛି,

ପ୍ରୟାସ ଅଛି,

ସଂକ୍ଷେପରେ,

ମାନବିକତା ଅଛି.

ମନଯୋଗ ଦେଇ ପାଳନ କଲେ, 

ଉପକାରୀ ଗୁଣକୁ ନିଜସ୍ୱ ଆଚରିଲେ,

ଜିଣି ସମାଜର ସମସ୍ତଂକର ହୃଦୟକୁ, 

ସ୍ୱର୍ଣ୍ଣାକ୍ଷରରେ ନାମ ରଖେ କାଳ କାଳକୁ.

ସଂସାରରେ ସେହି ତ ଉଡାଇଛି ଧ୍ବଜା,

ଜଗତର ସଭିଏଁ ତାହାର କରନ୍ତି ପୂଜା.

.

ମୋର ଝିଅ, 

ମୋର ଜାୟା, 

ମୋର ଜନନୀ,

ମୋର ଭଗିନୀ,

ମୋର ସଖା,

ମୋର ସଖୀ,

ଏହା ସତ, ସ୍ୱାର୍ଥ ତ ରହିଥିଲା, ରହିବ

ବିନା ସ୍ୱାର୍ଥରେ ସମ୍ପର୍କ କେହି ନରଖିବ.


କୁହ ଯେତେ କଥା,

ମରା ମରା ଭଜି, ଦସ୍ଯୁ ରତ୍ନାକର ବାଲ୍ମିକୀ ହୋଇଲେ,

ଅଜାମ୍ବିଳ ପୁତ୍ର ନାମ ଡାକି ପାପରୁ ଉଦ୍ଧାର ପାଇଗଲେ,


ମଣିଷ, ଜାଣିଥିବା ସୃଷ୍ଟିର ଆଦ୍ୟ କାଳରୁ

ଅବା ଲେଖା ହୋଇଥିବା ପୁରାଣରୁ,

ଅବା ଶ୍ରୃତି ଅବା ସ୍ମୃତି ମଧ୍ୟରୁ,

ଅବା ବେଦ ବେଦାନ୍ତରୁ,

ଅବା କୋରାନ ପୃଷ୍ଠାରୁ,

ଅବା ବାଇବେଲରୁ,

ଅବା ସମସ୍ତ ଶାସ୍ତ୍ରାଦିରୁ,

ଅବା ଇତିହାସ ପୃଷ୍ଠାରୁ,

ଅବଲୋକନ କଲେ,

ଯେଉଁ ମଣିଷ,

ଗର୍ବ କରିଛି, 

ଅହଙ୍କାର କରିଛି, 

ବେଇମାନି କରିଛି, 

ଅତ୍ୟାଚାର କରିଛି,

ଅନ୍ୟାୟ କରିଛି,

ସେହି ମଣିଷର ସମସ୍ତ ପ୍ରୟାସ ବ୍ଯର୍ଥ ହୋଇ ଯାଇଛି

ସୃଷ୍ଟିର ବିଧାନରେ ପ୍ରାଚୁର୍ଯ୍ୟ ଥାଇ ସେ ପରାସ୍ତ ହୋଇଛି


ତେଣୁ,

ଭାବୁଛି ଯେଉଁ ମଣିଷ ଏଠି, ସେ ନେଇଅଛି ଅବତାର 

କରେ ରାଜନୀତି, ନାମ ନେଇ ଠାକୁର ଓ ଧର୍ମର


ସ୍ୱାର୍ଥ ତାର ଶାସନ କରିବ, କ୍ଷମତା ଓ ଯଶ ଲୋଭରେ

ପ୍ରବଞ୍ଚନା, ଭଣ୍ତତା, ଧର୍ମ ନୀତି ଜାତି ଛଦ୍ମ ଆଛାଦନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics