ମାୟା
ମାୟା
ଆହେ ପରମାତ୍ମା ଲୀଳାମୟ ପ୍ରଭୁ
ତୁମ୍ଭେ ଏକା ସୁପୁରୁଷ,
ସକଳ ଘଟରେ ଆତ୍ମା ରୂପୀ ହୋଇ
ଜୀବ କରିଛ ଜୀବନ୍ତ। [୧]
ସଂସାରେ ସକଳ ପ୍ରାଣୀ ଜନ ପ୍ରଭୁ
ମୋହ ମାୟାରେ ଆଚ୍ଛନ୍ନ,
ପାଞ୍ଚ ମନ ପଚିଶ ପ୍ରକୃତି ନେଇ
ଜୀବନଟା ଧାବମାନ। [୨]
ମାୟା ମାରିଚର ମୋହେ ପଡିଯାଇ
ମନ ରୂପୀ ସୀତା ମାତା,
ହିତାହିତ ଜ୍ଞାନ ଭୂଲିଯାଇ କରେ
ସୁନାର ହରିଣ ଚିନ୍ତା। [୩]
ଅବାସ୍ତବତାରେ ବାସ୍ତବତା ଖୋଜି,
ପାଇବା ପାଇଁ ସତ୍ୱର ,
ବିବେକ ରୂପୀ ଶ୍ରୀରାମଙ୍କୁ, ମୋହରେ
ପାଶୁ କରିଥାଏ ଦୂର। [୪]
ମନରୁ ବିବେକ ଦୂର ହୋଇ ଗଲେ
ପ୍ରାଣୀ ହୁଏ ବୁଦ୍ଧି ହୀନ,
ଧିକାର ବଚନେ ସଦ୍ ବୁଦ୍ଧି ଲକ୍ଷ୍ମଣ
ତେଜିଥାଏ ପ୍ରାଣୀ ଜନ। [୫]
ମନଗାମୀ ହୋଇ ମନ ରୂପୀ ସୀତା
ଲଂଘି ଲକ୍ଷ୍ମଣର ଗାର,
କୁକର୍ମୀ ରାବଣ ଅକ୍ତିଆରେ ରହି
ହୋଇ ଥାଏ ହରବର । [୬]
ଶାଶ୍ଵତ ଭାବନା ମନରେ ଜଗାଇ
ବିବେକ କଲେ ନିଜର,
ମାୟାର ମିରିଗ ଦୃଢ଼ ମନଟିକୁ
କରି ପାରେନା ଅସ୍ଥିର । [୭]
ସଂସାର ବାରିଧି ପାରି ହେଉଥିଲେ
ସୁକର୍ମର ନାବ ବାହି,
କଷଣ ବତାସେ ଟଳଟଳ ହୋଇ
କୂଳରେ ଦେବ ଲଗାଇ। [୮]