STORYMIRROR

Anita Dash

Abstract Romance

3  

Anita Dash

Abstract Romance

ଅବକାଶର ସମୟ

ଅବକାଶର ସମୟ

1 min
152


ଜଞ୍ଜାଳମୟ ଏ ଜୀବନେ ଗୋ ସାଥୀ

ଅବକାଶ ମିଳେ କାହିଁ।

ଯେବେବି ମିଳୁଛି ସେ ଦୁର୍ଲ୍ଲଭ କ୍ଷଣ

ଭୂମାନନ୍ଦେ ଯିବା ଜୀଇଁ।


ହାତ ଧରି ମୋର ସାଥି ଆସ ସାଥେ

ଚାଲି ଯିବା ବହୁଦୂରେ

ଅଶାନ୍ତି ଅତୃପ୍ତି ଦୁଃଖ ବିଭୀଷିକା

ଠେଲି ଦେଇ ଦୂରେ ଦୂରେ।


ଦୂର ପାହାଡ଼ର ଉହାଡରେ ଫିଙ୍ଗି

ଅନିଶ୍ଚିତତା ଭାବନା

ଅଶୁଭ ଅସାର ଅପରାଧ ବୋଧ  

ଯେତେ ସବୁ ଦୁର୍ଭାବନା


ପ୍ରାତଃ ସୂରୁଜର ପହିଲି କିରଣେ

ଉଇଁଛି ଆଶା ସକାଳ

ସୁଖ ସପନରେ ଘୋଳି ହୋଇ ନାଚେ

ବିମୁଗ୍ଧ ମନ ମରାଳ।


ହାଡ଼ ମାଉଁସର ବେହରଣ କାଢ଼ି

ହୃଦୟକୁ ଦେଲେ ଖୋଲି,

ସ୍ପନ୍ଦନର ସ୍ଵର ଯୁଗଳବନ୍ଦୀରେ

ନୀରବତା ଯିବ ହଲି।


ସେ ମିଳନ ରାଗ ପ୍ରତିଧ୍ଵନି ତୋଳି

ଗୁଞ୍ଜରି ଉଠିଲେ ହସି,

ଦେହ-ବିଦେହର ବିଭେଦକୁ ଭୂଲି

ଅତିନ୍ଦ୍ରୀୟେ ଯିବା ମିଶି।


ଚିର ଅମଳିନ ଏକକ ଅଭିନ୍ନ

ଆମରି ବନ୍ଧନ ଡୋର

ମିଳନ-ବିଚ୍ଛେଦ ସ୍ଥାନ-କାଳ ଭେଦି

ରହିଛି ରହିବ ସ୍ଥିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract