STORYMIRROR

Anita Dash

Romance Tragedy

4  

Anita Dash

Romance Tragedy

ସୁନା ପାଉଁଜି

ସୁନା ପାଉଁଜି

1 min
339

ପାଦ ପାଇଁ ଦେଲେ ସୁନାର ପାଉଁଜି ହାତକୁ ରୂପାର ତାଡ଼,

ଗଳାକୁ ଆଣିଲେ ଗିଲିଟିର ହାର, ଖାଲି କାନେ ନାହିଁ ଦୁଲ।


ଶାଗ ପଖାଳରେ ଶରଧା ମୋ ଭାରି ବଣାରେ ଚାଉଳ ନାହିଁ,

ପିଜା ବରଗର ବାହାରୁ ମଗେଇ ବଳେଇ ଖୁଆନ୍ତି କାହିଁ? ।


ଅଣ୍ଟାରେ ଖୋସିଛି ମାଳେ ଚାବି ନେନ୍ଥା ସିନ୍ଧୁକଟି ଫିଟେ ନାହିଁ,

ତାଙ୍କ ଆସିବାକୁ ଅନିଶା କରିଛି ନିତିଆନି ଦେବା ପାଇଁ।


ମତେ କାଳେ ଭାରି ଦେଖିପାରନ୍ତି ସେ ସାଇ ଭାଇ ଖୋଲେ ମୁହଁ

ଛକୋଡି ଦିନରେ ଛଅ ପଦ କଥାକୁହନ୍ତିନି ଚାହିଁ ମୁହଁ ।


ସାଇ ପଡିଶାରେ ଟୁପୁରୁ ଟାପୁରୁ"ଗେରସ୍ତଟି ଏକା ସେଇ,

ଗୋଲାପ ଫୁଲରେ ଅତର ଭିଜେଇ ଭାରିଯାକୁ ଦିଏ ନେଇ" ।


ମୋ ପାଇଁ ଅଲୋଡା ଚିଜରେ ତାଙ୍କରି ଶରଧାଟି ଯାଏ ଝରି,

ତୁଠ ପଥରକୁ ଅଲଣା ଆଦର ମୋ ଖୁସି ତାଙ୍କ ବଇରୀ ।


ତାଙ୍କେ ଦେଇଥିବା ସୁନାର ପାଉଁଜି ପାଦରେ ନାଇବି ନାହିଁ,

ସୁବର୍ଣ୍ଣେ ବସନ୍ତି ଲକ୍ଷ୍ମୀ ସାଆନ୍ତାଣୀ ପାପ ଅରଜିବି କାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance