Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhadra Singh

Romance

3  

Subhadra Singh

Romance

ଅଧା ସ୍ୱପ୍ନ

ଅଧା ସ୍ୱପ୍ନ

1 min
161


କେବେ ଥିଲ ତୁମେ ,

          ମୋ ପାହାନ୍ତି ଖରାର ଧାପ

କେବେ ଥିଲ ପୁଣି 

          ଶ୍ରାବଣୀ ଧାରାର ସ୍ରୋତ

କେବେ ଥିଲ ପ୍ରିୟ

          ନଦୀ ତଟର କାଶତଣ୍ଡି

ତ କେବେ ସାଜୁଥିଲ

          ହିମ ପ୍ରବାହ ରେ ଶାନ୍ତି

କେବେ ଥିଲ ତୁମେ 

           ସକାଳ ଶିଶିର ର ରୂପ

କେବେ ଥିଲ ପୁଣି 

            ମୃଦୁ ମଳୟ ରୂପୀ ବସନ୍ତ

କାହିଁ ଲାଗୁନାହିଁ 

           ସେ ଉଷ୍ମ ପବନ ର ସ୍ପର୍ଶ

କାହିଁ ଥମି ଗଲା 

            ସେ ସ୍ରୋତସ୍ୱିନୀ ର ବେଗ

ଝାପ୍ସା  ପଡିଛି ଆଜି 

             ସେ କାଶତଣ୍ଡି ର ସଜବାଜ

ସତେ କି ଝାଉଁଳି ପଡିଛି 

              ଏକ ଅନୁଭବ ର ଗୋଲାପ

ଉଡୁନାହିଁ ଆଉ 

            ଚଗଲା ଫଗୁଣ ର ଫଗୁ

ପଡୁ ନାହିଁ କାହିଁ 

            ପ୍ରେମ କୁହୁଡ଼ି ର ବିନ୍ଦୁ 

ଛୁଉଁ ନାହିଁ କାହିଁ 

            ତୁମ ଭାବ ଏବେ ମୋତେ 

ନାହଁ କି ମୋ ପ୍ରିୟ

             ଭାବନା ମୋତେ ପ୍ରଶ୍ନ କରେ 

ମନ ଖୋଜେ ପୁଣି 

                   ସେ ଅନୁରକ୍ତ ର ପ୍ରଭା 

ସେ ଅଣଲୋଉଟା ସାଥିକୁ ମୋର 

              କିଛି କଥା କହିବାର ଥିଲା।


Rate this content
Log in

Similar oriya poem from Romance