STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

କରୁଛି ଆତୁର

କରୁଛି ଆତୁର

1 min
200

ମଦନ ମଦିର କରୁଛି ଆତୁର 

ରତି ବି ଦେଉଛି ଠାର

କେମିତି କହିବି ଭୁଲି ମୁଁ ପାରିବି

ତୋ ପ୍ରୀତି ରସର ଝର। 


ପ୍ରଭାତ ନିଶୀଥ ସବୁ ଆସୁଥିବ 

ଯାଉଥିବ ଦିନ ସରି 

ତୁମ ସ୍ମୃତି ସବୁ ମନେ ରହିଥିବ

ହେବି ନାହିଁ ଅପାସୋରୀ


ଭାବିଥିଲି ଦିନେ ଆଣିବି ତୋ ପାଇଁ 

ନାଲି ନାଲି କୃଷ୍ଣଚୂଡ଼ା 

ପେନ୍ଥା ପେନ୍ଥା କରି ସରାଗେ ସଜାଇ

ବାନ୍ଧି ଦେବି ତୋର ଜୁଡା


ସ୍ଵଭାବ ଉତ୍ତମ ଦେଖାଇବ ପ୍ରେମ

ବୋଲି କହୁଥିଲି କଥା 

ସେହି କଥା ଆମ ମୂକସାକ୍ଷୀ ହେବ 

ମାନ ଅଭିମାନ ବ୍ୟଥା ।


ରହିଗଲ ଦୂରେ ନେତ୍ର ପଥୁ ମୋର

ଦେଲ ନାହିଁ ଟିକେ ଲୟ

କେମିତି କହ ମୁଁ ପ୍ରୀତି ପରଷିବି 

ଦେବ କିବା ବରାଭୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance