STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

କାକରା ପିଠାରେ ପ୍ରୀତି ଲାଳସା

କାକରା ପିଠାରେ ପ୍ରୀତି ଲାଳସା

1 min
115

କହିଦେଲି ବୋଲି ଗଲ କି ବିସ୍ମରି 

କହିଥିବା ତୁମ କଥା 

କାକରା ପିଠାରେ ରହିଛି ଲାଳସା 

ନଦେଲେ କି ଯିବ ବ୍ୟଥା ।


ଦୁଃଖ ନାହିଁ ମୋର କାକରା ପିଠାରେ

ଦୁଃଖ ମୋତେ ତୋର ଚିନ୍ତା

ଲୋତକ ମୁଁ କାହିଁ ଝରାଇବି କହ 

ପିଠା କିବା ପ୍ରୀତି ନିଷ୍ଠା। 


ଅଭିମାନ ମୋର ପିଠା ପାଇଁ ନୁହେଁ  

ତୁମ ପାଇଁ ଅଛି ଯେତେ 

ମୋ ପ୍ରୀତି ବ୍ୟଥାକୁ ବୁଝି ପାରିଲନି

ଅଭିମାନ ଲାଗେ ମୋତେ ।


ଦବିଯାଏ ମୋର ଅନ୍ତର ଅଭିପ୍ସା

କହିବାକୁ କିଛି ତୋତେ 

କାହିଁକି କହିବି କହିଲେ କି ଯିବି 

ତୋ ପ୍ରୀତି ପଥର ପଥେ।


ଏ ମନ ଅମନ ହେଉନାହିଁ ଧ୍ୟାନ 

ପଥ ହୁଡିଲାଣି ମାନ 

ହେଲି କି ଅଧମ ପିଠା ପାଇଁ ବାମ 

ନୁହେଁ କିବା ତୋର କ୍ଷମ  ।


Rate this content
Log in

Similar oriya poem from Romance