STORYMIRROR

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ପାୱାର ଚଷମା

ପାୱାର ଚଷମା

1 min
13.9K


ନୁଆ ଆଖି ଦିଟା ତୁମକୁ ଦେଇଥିଲି

ଉପହାର ସ୍ବରୂପ ମୋର

ତୁମ ଅସ୍ପଷ୍ଟ ଆଖି ରେ ଦେଖି ହେବନି

ଦୁନିଆକୁ ବୋଲି।

ତମେ ଦେଖିଥିବା ଅନେକ ବର୍ଷ ତଳର ଦୁନିଆ

ଆଜି ବଦଳି ଯାଇଛି ସମୟକ୍ରମେ

ଆଖିର ଦୃଷ୍ଟି ବି ଅଟକି ଯାଇଛି ସେଇଠି

ମୋ ଆଖିକୁ ମତେ ଫେରାଇ ଦେବା ପରେ

ମୁଁ ଦେଖି ପାରୁଛି

ତମେ ଏବେ ଅଟକି ରହିଛ

ଯେଉଁଠୁ ସାଉଁଟି ଆଣିବାର ପ୍ରୟାସରେ

ମୁଁ ବାରମ୍ବାର ଫେରିଛି ।

ଦୁନିଆର ଜୀବନ ଚକ୍ରରେ

ଅବସ୍ଥାପିତ ଆଶାମାନେ ଆୟୁଷହୀନ

ଅଳ୍ପାୟୁର ଖୁନ୍ଦାଖୁନ୍ଦି ଗଳି ଅର୍ଗଳି ରେ

ସନ୍ତର୍ପିତ ସନ୍ତରଣ ରେ ନିସ୍ତେଜ ସମୟମାନଙ୍କୁ

ବିନା ଚଷମାରେ ମୁଁ ଦେଖିପାରେ

ଯଦିଓ ତମେ ଦେଖିପାର

ସେ ସବୁ ବୃହତ ଧୂମକେତୁ ପାଲଟନ୍ତି

ତୁମର ପାୱାର ଚଷମାରେ ।

ଦିନରାତିର କଥା ଯଦି

ତୁମ ପାଇଁ ସବୁ ଏକାକାର

ରାତି ରାତି ନୁହଁ ଦିନଟି ନୁହଁଇ ଦିନର

ମୋ ଆଖି ତୁମ ଘର ଅଖଣ୍ଡ ଦ୍ବୀପ ର

ଆତଙ୍କିତ ଆଶା

କେବେ କ'ଣ ପଢିପାରିବ

ତୁମ ପାୱାର ଚଷମାଟି

ମୋ ସଜଳ ଆଖିର ନିରୁତା ଭାଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract