STORYMIRROR

Jitendriya Behera

Romance Others Abstract

3  

Jitendriya Behera

Romance Others Abstract

ଅବୋଧ

ଅବୋଧ

2 mins
13.4K


ସେ ଏମିତି ଦେଖେ ଯେ 

ଯେମିତି ଦେଖି ନାହିଁ କେବେ ମତେ

କିମ୍ବା ଦୋ ଦୋ ଚିହ୍ଣା ମଣିଷଟେ ମୁଁ

କୋଉ ହାଟ କି ବଜାରରେ

ମତେ ସିଏ ସବୁଦିନ ଭେଟେ।

ଏଥର ଫିକ୍ କିନା ହସିଦେଲା

ଓଠରେ ସ୍ମିତହାସ୍ୟର ଶୋଭା

ଆଖିରେ ମିଳନର ଦ୍ୟୁତି

ସେ ବୋଧେ ପ୍ରସ୍ତୁତ ହେଉଥିଲା

ତା ଊରୁର ଛୁଆଁ ଦେଇ

ବାହୁରେ ତା ଆପଣାଇ ନେଲା ।

ମୋ ଦେହରେ ଶୀତଳ ଶୀହରଣ

ଓଠରେ ଅସ୍ପଷ୍ଟ ଉଚ୍ଚାରଣ

ଆଖିରେ ପାହାନ୍ତିଆ ନିଦ

ଆସ୍ତେ ଆସ୍ତେ ମୋ ମନରେ ଫେରୁଥିଲା

ଆଦିମ ଉନ୍ମାଦ।

ବାଟ ଫିଟିଗଲା

ଲାଲଟୁର ଗହରା ବାଳରେ

ଟିଙ୍କଟିଏ ସମ୍ୟକ ଦିଶିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance