STORYMIRROR

Jitendriya Behera

Romance Others Abstract

2  

Jitendriya Behera

Romance Others Abstract

ପ୍ରେମରେ ପୁରୁଷ

ପ୍ରେମରେ ପୁରୁଷ

1 min
14.1K


ମୁଁ ତ ଚିରକାଳ ଚର୍ଚ୍ଚିତ

ପୁରୁଷର ପ୍ରତ୍ୟାଖ୍ୟାତ ରୂପ

ଭୀଷ୍ମ ପରି ଇଛା ମୃତ୍ୟୁ

ବେଳେବେଳେ ଲୋଡିଥାଏ

କେବେ ପୁଣି ତୁମ ପାଇଁ

ନିଜର ଅବଦମିତ ଇଚ୍ଛାକୁ

ତଳିତଳାନ୍ତ କରି

ଲୁହକୁ ପୋଛି ପୋଛି

ଖୁସିର ପାହାଡ ଗଢୁଥାଏ।

ସମସ୍ତ ଝଡକୁ ସାମ୍ନା କରୁ କରୁ

ମୁଁ ଉତକ୍ଷାତ ହୁଏ

ଜଞାଳର ଯାବତୀୟ ଯାତନାରେ

ନିଜ ପାଇଁ ନିଜର କବର ଖୋଳିଲା ବେଳେ

ତୁମ ଭଲପାଇବାର ଉଛ୍ବାସରେ

ମୁଁ ଆଉଥରେ ଜୀବନ୍ୟାସ ପାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance