STORYMIRROR

Jitendriya Behera

Abstract Romance Others

3  

Jitendriya Behera

Abstract Romance Others

ଅପଭ୍ରଂଶ

ଅପଭ୍ରଂଶ

3 mins
13K


ସଖୀ

ଧାନ ପୋକରା ହେଲାଣି କେବେଠୁ କୋଠିରେ

ସବୁ ଦଗ୍ଧ ଦାଗ ହେଲାଣି ଛାତିରେ

ଯେତେଥର କୋଠିର ଦରଜା ଖୋଲିଛି

ଅବା ହୃଦୟର ଦଗ୍ଧକୁ ପୋଛିଚି

କାହିଁକି କେଉଁ ଭୟରେ

ମୋ' ଭିତରେ ଛନକା ପଶିଛି ।

ସେଦିନ ଗଛ ଆଜି କେତେ ବଡ

ସେଦିନ ରାସ୍ତା ଏବେ କେତେ ମୋଡ

କେତେ କେତେ ଘା' ସବୁ ବଡରୋଗୀ

କେତେ ପୁଣି ଚିକିତ୍ସା ଅଭାବୁ

ଆପେ ଆପେ ଗଲାଣି ତ ଦବି।

ସେଦିନ ସୁହାଗ ଆଜି ତୁମ ପାଇଁ

ବ୍ୟାପ୍ତ ଅନୁରାଗ

ସେଦିନର ଛୁଆଁ ଛୁଇଁ ଏମିତି

ଏବେ ଅଟେ ଦୁରାରୋଗ୍ୟ

ସେଦିନର ଫିକା ଫିକା ଜହ୍ନରାତି

ଆଜି ପରା ନିବିଡ ଅନ୍ଧାର

ସେଦିନ ସେ ବାହୁର ଆଶ୍ଳେଷ

ତୁମ ଲାଗି ମୋର, ମୋ ଲାଗି ତୁମର

ଭୁତଳର କେଉଁ ଏକ ଜୀର୍ଣ୍ଣ କାରାଗାର।

ସେଦିନର ତୁମ ଓଠ ଆଜି ଅଛି

ନାହି ତା'ର ଅଲିଅଳି ଚୁମା

ତୁମର ସେ ଗହଗହ କବରୀ

ଦେଉ ନାହିଁ ଅନ୍ଧାର ଉପମା

ଆଖି ତୁମ ନିରିମାଖୀ

ଝୂମୁଥାଏ ନିଦର ମହୁଲେ

ଏବେ ଯେବେ ତୁମକୁ ମୁଁ କୋଳ କରେ

ସତ କହ ତୋ ଦେହରୁ ସେଦିନର

ଉନ୍ମାଦ କି ମିଳେ ।

ତୁ ବି ଫେରାଇ ଦେ

ମୁଁ ଦେବି ଫେରାଇ

ନହେଲେ ସେ ଧାନ ସବୁ ଦିନା କେତେ

ଚାଲିଯିବେ ଅଗାଡିକୁ ରୂପାନ୍ତର ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract