STORYMIRROR

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ସଖୀ

ସଖୀ

3 mins
13.8K


ସଖୀ

କୋଉଠୁ ଗୋଟେ ବିଚ୍ଛିନ୍ନତାର ଗନ୍ଧ 

ଭାସିଆସୁଛି ତୁମ ହୃଦୟରୁ

ବିସ୍ଫୋରିତ କୋହର କଳକଳ ନିନାଦ

ଅବୁଝାପଣର ଏକ ସୁଶୋଭିତ ଚିତ୍ର

ଏମିତି ଲାଗୁଛି ଯେତେ ବୁଝାଇଲେ ବି କିଛି ବୁଝି ହେଉନି

ସେ ଅବୁଝାପଣରୁ ବାରି ପଡୁଛି

ଏକ ଅନକୋହ ଅବଶୋଷ ଏକ ବେଦରଦୀ ଦ୍ବନ୍ଦ ।

କାଳେ ବୀତସ୍ପୃହ ହେବ ବୋଲି

ନିଜକୁ ରୂପାନ୍ତର କରି

ମାଗିଲି ପତିତ୍ବର ଅହଂକାର

ପ୍ରେମ ପଳାତକ ବୋଲି

ତାକୁ ପିନ୍ଧାଇ ଦେଲି ସ୍ତ୍ରୀ' ର ଆଭୁଷଣ

ସଜେଇ ଦେଲି ଶବ୍ଦରେ କବିତାରେ

କାରୁଣ୍ୟତାର ସମୋହନୀ ରଙ୍ଗରେ

ତମ ହସେ ବିତାଇବି ବୋଲି

ମୋ ହସ ଲୁହର ଜୀବନ ।

ପ୍ରାଣପଣେ ନିଜକୁ ବିନିଯୋଗ କଲି

ଶ୍ରମାତୁର ମଣିଷଟେ ହୋଇ

ନିଜ ପାଇଁ ଖାଦ୍ୟ ଯୋଗାଡିଲି

ଏମିତି ବି ସଂକୋଚିତ ଶିରୋନାମା ଲେଖି

ମୋ ଯାତ୍ରାପଥର ଦୂଇ ପଟେ ଝୁଲାଇ ଦେଇ

କେବଳ ତୁମକୁ ତ ଭଲ ହିଁ ପାଇଲି।

ମୁଁ କେବଳ ବର୍ଷା ଦେଖିଥିଲି ଶ୍ରାବଣରେ

ତମେ କିନ୍ତୁ ଠିକଣା ଦେଲ 

କେବଳ ଶ୍ରାବଣ ନୁହଁ, ସେ ବର୍ଷୁଛି ସବୁ ଋତୁରେ।

ଏବେ ଋତୁ ସବୁ ତୁମରି କଥାରେ

ତମେ ମୋର ଭବିଷ୍ୟତ ଲେଖିଲ ତମରି ମଥାରେ 

ମୁଁ କଣ ଜାଣିଛି ଜୀବନକୁ ଜିଇଛି ସିନା 

ଥରେ ଯଦି କହିଥାନ୍ତ ହସୁଛ ଯଦି ହସ

କାନ୍ଦୁଛ ଯଦି କାନ୍ଦ

ମୁଁ ସେମିତି ଅଛି 

ତୁମ ପ୍ରେମ ମୋ ଚିବୁକରେ

ତୁମ ଜୀବନ ହେଇ ଦେଖିବ ଆସ 

କେମିତି ହସୁଛି ଆଜି ମୋ ମଥାରେ ।

ଆଜି ସେଇ ବିଶ୍ବାସର ନଈ ବହିଗଲା 

ପ୍ରଗଳ୍ଭ ପ୍ରାଣ ମୋର

ତୁମର ସେ ଉଚ୍ଛ୍ବାସ ହସ

ଦେଖ ଦେଖ ଆମ ସବୁ ଚୁକ୍ତିପତ୍ରରେ

ଦେଇଗଲା ସ୍ବୀକୃତିର ହସ୍ତାକ୍ଷର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract