STORYMIRROR

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ଅବସର

ଅବସର

3 mins
13.5K


ସକାଳୁ ସକାଳୁ

ମତେ କିଛି ବିଜନତା ଦିଅ

ତୁମକୁ ଖୋଜିବାକୁ

କିଛି ନିରବତା ତୁମକୁ ଭାବିବାକୁ

କିଛି ଉନ୍ମାଦନା ବି ଦିଅ

ନ ପାଇବାର ଅଭିମାନରେ 

ମାନ କରି 

ତୁମ ପାଇଁ କବିତା ଲେଖିବାକୁ ।

ମତେ କିଛି ଭାରାକ୍ରାନ୍ତ ସମୟ ଦିଅ

ଭାଙ୍ଗିବ ଭାଙ୍ଗିବ ବୋଲି ଅପେକ୍ଷାରେ ଥିବା 

ପୁରୁଣା ଘର 

ଦୋଦୁଲ୍ୟମାନ ହୋଇ ଝୁଲି ରହୁଥିବା

ତୁମ ପ୍ରଚଣ୍ଡ ପ୍ରେମର ପରାକାଷ୍ଠା

ମୋର ନିଷ୍ଠା

କୋଉ ସମାବର୍ତ୍ତନ ଉତ୍ସବରେ ପୁରସ୍କୃତ ହେବା ପାଇଁ

ସଜେଇ ଦିଏ ସେମାନଙ୍କୁ

ଶବ୍ଦରେ ସମ୍ମୋହନରେ ଓ ସ୍ଥିରିକୃତ ଆମ ସଂପର୍କର

ମାଦଳା ପାଞ୍ଜିରେ ।

ଆସ ବିଛେଇ ଦିଏ ଚୁମାରେ

ସକାଳର ପହିଲି କିରଣ ପରି

ସେ ବିଚ୍ଛୁରି ଯାଉ ଦେହ ଦାହ

ଏମିତି କି ଆଉ ଯାହା ବଳକା

ତମେ ସାଇତି ରଖ

କୋଉ ଦିନର ଖାଦ୍ୟପରି

ତୁମ ଫ୍ରିଜ୍ ରେ 

କାହିଁକି ନା ମତେ ପୁଣି ହଜିଯିବାର ଅଛି

ମନଟିକୁ ଛାଡି ଶରୀରକୁ ଧରି

ମୋ ନିଷ୍ଠୁର ସମୟର ଜଞ୍ଜାଳ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract