STORYMIRROR

Jitendriya Behera

Abstract Inspirational

2  

Jitendriya Behera

Abstract Inspirational

ନଗ୍ନତା

ନଗ୍ନତା

1 min
2.2K


ଦିନେ ସେମାନେ ମାନବତାକୁ ମାରିବାକୁ ତୟାର ଥିଲେ

ସେଥିପାଇଁ ଗାନ୍ଧୀ ମଲେ

ତାପରେ ଅନେକ ମରିଛନ୍ତି ଧର୍ମାନ୍ଧ ନିଆଁରେ

କୁଢ କୁଢ ହୋମ ଯଜ୍ଞର ଜୁଇରେ

କୋଟି କୋଟି ଜନତାଙ୍କୁ ଜାଳି ଦେବାରେ

ସେମାନେ କ୍ଷମତା ଯୋଗାଡ କରିଛନ୍ତି ଦିଲ୍ଲୀରେ ।

ଯୋଗାଡିଆ ଗୈରିକ ଗୁଣ୍ଡା

ହାତରେ ଅଯୋଦ୍ଧା ଖଣ୍ଡା

ଜାଲ ପୁଣି ସ୍ଵଛତାର

ବାଣ ଫୁଟେ କଳାଟଙ୍କା

ବିମୁଦ୍ରୀକରଣ ସାଥେ ଐକ ଭାରତର ।।

ସେମାନେ ଯୁଦ୍ଧ ଦେଲେ ଆମକୁ

ଗରିବୀ ବି ଉପହାର ସ୍ଵରୁପ

ବେକାରୀ ପାଇଁ ଷଡଯନ୍ତ୍ର

ନାରୀ ପାଇଁ ସଂସ୍କାର ଶିକୁଳି

ଆଉ ସତ୍ୟ ପାଇଁ ବୁଲେଟର ଗୁଳି ।

ଦେହେ ତାଙ୍କ ଫାଶୀର ଫଗୁଣ

ଧ୍ଵଜା ପାଇଁ ସଜ୍ଜା ହୁଏ ବାରୁଦ କମାଣ

ମଣିଷ ମଣିଷ ମଧ୍ୟେ ବଢେ ଜାତିଆଣ

ଯୁଦ୍ଧଖୋର ହୋଇ ଉଠେ ସେପଟ ସୀମାନ୍ତ

ଏତ ଏଇ ସେଦିନ ଜର୍ମାନୀ

ଗାଏ ବୋଧେ ଫାଶୀବାଦ ଗୀତ।

ଯେତେ ଯେତେ ଗୁଳିଫୁଟୁ

ମରିଯାନ୍ତୁ ଅନେକ ଗୌରୀ

ମନେରଖ ନାଜୀର ଦଲାଲ

ତୁମର ତ ମୃତ୍ୟୁ ହେବ ଏହାଠାରୁ ବଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract