STORYMIRROR

Anita Patra

Romance

4  

Anita Patra

Romance

ପ୍ରସ୍ତାବ ଟିଏ ତୁମପାଇଁ

ପ୍ରସ୍ତାବ ଟିଏ ତୁମପାଇଁ

1 min
16


ତୁମେ ଅଙ୍ଗନ ହୋଇଯାଅ 

ମୁଁ ଫୁଲ ହୋଇ ଲୋଟିଯିବି,

ତୁମେ ମରୁବାଲି ହୋଇଯାଅ 

ମୁଁ ବର୍ଷା ହୋଇ ସିଞ୍ଚିଯିବି.....



ତୁମେ ବିଭାବରୀ ହୋଇଯାଅ 

ମୁଁ ଜୋଛନା ହୋଇ 

ଦେହସାରା ବୁଣିଯିବି,

ତୁମେ ଦୂର ଗଗନର 

ସଞ୍ଜ ହୋଇଯାଅ 

ମୁଁ ଶେଷ ମୟୂଖଟେ ହୋଇ ଖୁସିରେ ନାଚିଯିବି.....



ତୁମେ ନିରାଶାର ଆଶା ହୋଇଯାଅ

ମୁଁ ତୁମ କିରଣରେ 

ଲୁଚିଯିବି,

ତୁମେ ଜିଇଁବାର 

କାରଣ ହୋଇଯାଅ

ମୁଁ ତୁମ ସାଥେ 

ଆଉ କିଛି ଦିନ ବଞ୍ଚିଯିବି.....




ତୁମେ ପର୍ବତ ଗର୍ଭର 

ଝରଣା ହୋଇଯାଅ

ମୁଁ କୁଳୁକୁଳୁ ନାଦେ 

ତୁମ ସାଥେ ବହିଯିବି....

ତୁମେ ନୀଳ ସାଗର ହୋଇଯାଅ

ମୁଁ ନଦୀଟିଏ ହୋଇ 

ତୁମ ସହ ମିଶିଯିବି...



ତୁମେ ଝରା ଶ୍ରାବଣର 

ଧାରା ହୋଇଯାଅ

ମୁଁ ଫଗୁଣର ଅବିର ବୋଲିଯିବି,

ତୁମେ ମୋ ଜୀବନର 

ଗୀତ ହୋଇଯାଅ

ମୁଁ ତୁମ ପାଦର 

ନୂପୂର ସାଜିଯିବି.....



ତୁମେ ହୃଦୟର ଭାବ ହୋଇଯାଅ

ମୁଁ ଲେଖନୀରେ ଲେଖିଯିବି,

ତୁମେ ଛନ୍ଦ ଅଳଙ୍କାର ହୋଇଯାଅ

ମୁଁ ଶବ୍ଦ ସଂଯୋଜନା କରିଯିବି.....



ତୁମେ ଋତୁରାଜ ବସନ୍ତର

ମଳୟ ହୋଇଯାଅ

ମୁଁ ଭୁରୁଭୁରୁ ବାସ୍ନାରେ 

ଚହଟି ଯିବି,

ତୁମେ ଏଇ ଜନ୍ମେ ମୋର

ପ୍ରେମିକ ହୋଇଯାଅ 

ମୁଁ ପ୍ରେୟସୀ ହୋଇ 

ଚିରଦିନ ରହିଯିବି....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance