STORYMIRROR

Anita Patra

Others

4  

Anita Patra

Others

ହୃଦୟର କିଛି ଅକୁହା କଥା

ହୃଦୟର କିଛି ଅକୁହା କଥା

1 min
11

ବେଳେବେଳେ 

ତୁମ ସନ୍ଦେହୀ ଦୃଷ୍ଟିରେ

ନିଜକୁ ଅପରାଧି ପରି ଲାଗେ

ନିରୋଳାରେ ବସି

ନିଜକୁ ନିଜେ ପ୍ରଶ୍ନ କରେ ମୁଁ

ମୋର ଭୁଲ କ'ଣ?

ତୁମ ଲୁହର ନୁହଁ

ତୁମ ଓଠର ସେଇ ସରୁ ଧାରେ 

ଛୁଟି ଉଠୁଥିବା ସ୍ମିତର 

କାରଣ ହେବାକୁ ଚାହେଁ ମୁଁ !


ତୁମେ ସବୁବେଳେ 

ଏଇ ଗୋଟେ କଥାକୁ ନେଇ

ଯୁକ୍ତି ବାଢ଼ ନା,

ଆମର ଅଛିଣ୍ଡା ସଂପର୍କରେ

କେବଳ ତୁମେ ଅଛ

ମୁଁ କାହିଁ...

ମୋ ଅସ୍ତିତ୍ବ କାହିଁ ?

କିନ୍ତୁ ତୁମେ ଏଇଟା ଭୁଲିଯାଅ ଯେ

ତୁମେ ଅଛ ତ ମୁଁ ଅଛି !

ତୁମ ତ୍ୟାଗ ଆଉ 

ନିସ୍ୱାର୍ଥପର ଭଲପାଇବା ପାଇଁ

ଏଯାଏଁ ନିଃଶ୍ୱାସ ଚାଲିଛି !


ହେଇ ଶୁଣୁଛ.. !!

ମୋ ବ୍ୟସ୍ତତାର ଅବଗୁଣ୍ଠନ ତଳେ

ତୁମ ଚିହ୍ନ ନୁହେଁ ତୁମେ ଅଛ...

ଅଜସ୍ର ପ୍ରେମରେ ପରିପୂର୍ଣ୍ଣ

ତୁମ ପ୍ରିତୀ ଅଛି,

ବିରହ ମଧ୍ୟରେ

ସ୍ୱାର୍ଥହୀନ ମୋର ଭଲପାଇବା ଅଛି...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍