STORYMIRROR

Anita Patra

Others

4  

Anita Patra

Others

ପୁରୁଷ ବି କାନ୍ଦେ....!!

ପୁରୁଷ ବି କାନ୍ଦେ....!!

1 min
21


ଅକୁହା ବେଦନା ଛାତିରେ ଲୁଚାଇ,

ଅସହ୍ୟ ଯନ୍ତ୍ରଣାରେ

ଛଟପଟ ହେଉଥିବାର ଦେଖିଛି!


ସ୍ୱାର୍ଥପର ଦୁନିଆଁର ସ୍ୱାର୍ଥୀ ଲୋକଙ୍କ ଭିଡ଼ରେ, 

ଜୀବନ ଯୁଦ୍ଧରେ

କେବେ କେମିତି ହାରିଯିବାର ଭୟ ଦେଖିଛି!


ଗୁମସୁମ ହୋଇ ଏକୁଟିଆ ବସି

ନିର୍ଜନ ରାତ୍ରିର ଘନ ଅନ୍ଧକାରରେ, 

ଚୁପଚାପ୍ ସବୁ କିଛି ସହିବାର ଦେଖିଛି!


ଲୁଚି ଲୁଚି ବାପା ମାଆଙ୍କ ହୃଦୟ ବିଦାରକ

ସଂଘର୍ଷ ଭରା କାହାଣୀ ଶୁଣି, 

ଲୁହ ଭରା ଆଖିରେ ଚିନ୍ତା ମଗ୍ନ ହେବାର ଦେଖିଛି!

 

ପୁରୁଷଙ୍କୁ କଷ୍ଟ ହୁଏନା

ଆଖିରୁ ଅଶ୍ରୁ ଝରେନା

ଏକଥା ଛୋଟ ପିଲାଟିଏ ପରି

ନିଜକୁ ନିଜେ ବୁଝାଉଥିବାର ଶୁଣିଛି!


ପରିବାରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ 

ନିଜ ସ୍ୱପ୍ନର ଆହୂତି ଦେଇ,

ଶୁଖିଲା ଓଠରେ ହସ ଟିଏ ନେଇ ହସିବାର ଦେଖିଛି!


ଭଙ୍ଗା ହୃଦୟଟେ ନେଇ 

ଅଜସ୍ର ବେଦନା ଲୁଚେଇ,

ଘରଲୋକଙ୍କୁ ଖୁସିରେ ଅଛି ବୋଲି

ମିଛ କହିବାର ଶୁଣିଛି!

ପୁରୁଷଙ୍କୁ ବି କାନ୍ଦୁଥିବାର ଦେଖିଛି ।




 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍