STORYMIRROR

Panchanan Jena

Romance

4  

Panchanan Jena

Romance

ଧାରା ଶିରାବଣ

ଧାରା ଶିରାବଣ

1 min
14


କଳା ବାଦଲର ଛାତି ଚିରି

ଧାରା ଶିରାବଣ ଝରୁ କି ନ ଝରୁ

ଶିତେଇ ଯାଏ ମୋ ସ୍ମୃତି ଲହରୀ

ଝାଳେଇ ଯାଏ ମୋ ପ୍ରୀତି ବଲ୍ଲରୀ


ଝରକା ଫାଙ୍କର ଶୂନ୍ୟତା ମାରି

ବରଷା ଝପାର ଛିଟା ପଶୁ କି ନ ପଶୁ

ମୁକୁଳା ମନଟା ବାହେ ଶୃଙ୍ଗାର ତରୀ

ଉଛୁଳା ଯୌବନ ମାଗେ ପ୍ରେମ ତରକାରି


ଦୋହଲୁଥିବା ବୃକ୍ଷର ବୁକୁ ଫାରି

ଗଦ ଗଦ ମୂଷଳ ଧାରା ବର୍ଷୁ କି ନ ବର୍ଷୁ

ବତୁରା ତନୁରେ ଉଠେ ଐରାବତ ଶୀତ୍କାରୀ

ଭିଜିବାକୁ ଇଚ୍ଛା ହୁଏ ଅନ୍ତବସ୍ତ୍ର ଉତାରି


ଦେଖୁଥାଏ ପ୍ରକୃତିର ସୁଷମା ମାଧୁରି

ବାଲକୋନି ଚୌକିରେ ବସି ଚକାପାରି

ପାହାଡ଼ ଘେରରେ ଫସି

 ମେଘକୁ ମେଖଳା କସି

କି ଆଲିଙ୍ଗନ ଘନ ଘନ

କି ଆନନ୍ଦ ତନୁମନ

ବର୍ଷା ବିନ୍ଦୁରେ ସିନ୍ଧୁ ଦର୍ଶନ କରୁ କରୁ

ମନ ଅଳିନ୍ଦରେ ଅନିର୍ବଚନୀୟ କାମ କବରୀ


ଚୈକିକୁ ଆଉଜି ବସେ ହରସେ

ଭିଡି ଦୌଡି ଆସେ ଅତୀତ ବାସେ

ଶୋକ ପାସୋରା ମନ ମୁଗ୍ଧ କରା 

ତରଙ୍ଗ ବୁଣେ

ଅତୀତକୁ ଜାବୋଡି ଧରି ହସ ଆଣି ଦିଏ

କୁରଙ୍ଗୀ ମଣେ


ସତରେ !

ଧାରା ଶିରାବଣ ତେତେ ଶତ କୋଟୀ ଜୁହାର

ସୁପ୍ତ ମନକୁ କରୁ ଉଜାଗର

ଆଉ ଯନ୍ତ୍ର ମଣିଷ ମାନଙ୍କୁ

ବର୍ଷାର ସମ୍କୋହନ ଛିଟା ରେ ଭିଜେଇ ମଜେଇ

ଟାଣି ନେଉ ପ୍ରକୃତି କୋଳକୁ

ଅସରାଏ ବରଷି ବରଷ ବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance