ଶେଷ ଚିଠି
ଶେଷ ଚିଠି
ନୀଳ ନୀଳ ତୁମ ଲାଜୁକି ଆଖିରେ ସାଗର ଚପଳ ଢେଉ,
ତୁମରି ଓଠର ପଦିଏ କଥାରେ ଝରିଯାଏ ମିଠା ମହୁ ।
ହସ ଭରିଦିଅ ମଧୁର ଛିଟାରେ ଲାଜୁଆ ପଣତ ଟାଣି,
ମନ୍ଥର ଗତିରେ ଚାଲିଗଲେ ଲାଗ ସତେ ବା ଗଜଗାମିନୀ ।
ସୁନ୍ଦର ସୁନ୍ଦର ସବୁଠୁ ସୁନ୍ଦର ପ୍ରିୟା ତୁମ ଫୁଲ ଦେଶ,
ମଧୁର ମଧୁର ସବୁଠୁ ମଧୁର ପ୍ରିୟା ତୁମ ମନ୍ଦହାସ୍ୟ ।
ସକାରାତ୍ମକ ବେଶ ଭାବନାର ଶୁଦ୍ଧ ହୋଇଥାଏ ଜୀବନରେ,
ମାନସିକ କ୍ରିୟା ସଂଯମିତ ହୁଏ ଆତ୍ମା ଶାନ୍ତି ହୃଦୟରେ ।
ରସିକା ପଣରେ ରାଧାଠୁ ଅଧିକ ତୁମର ସୌନ୍ଦର୍ଯ୍ୟ ନେଇ,
>
ମୁରୁକି ହସରେ କଥାରେ କଥାରେ ମନ ମୋର ନେଲ ମୋହି ।
ତୁମ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପାଗଳ ହେଲି ପ୍ରେମରେ,
ତୁମର ସୁଖକୁ ଆପଣାର ଭାବି ଦିଏ ମୁଁ ପ୍ରେମ ପତର ।
ଏଡ଼େ ମାୟାବିନୀ ସ୍ୱାର୍ଥପର ତୁମେ ଦିଅନାହିଁ ଯେ ଉତ୍ତର,
ଏଇଟି ମୋହର ହୃଦୟର ଚିଠି ଶେଷ ପ୍ରେମର ପତର ।
ଚିରି ଦେବନାହିଁ, ଫିଙ୍ଗି ଦେବନାହିଁ, ନିଆଁରେ ପୋଡିବ ନାହିଁ,
ମୁହିଁ ଜାଣିଅଛି ତୁମେ ରଖିବନି ସ୍ମୃତିକୁ ସାଇତି ତହିଁ ।
ଛଳନାରୂପୀ ଏ ପ୍ରେମ ତରାଜୁରେ କେମିତି ତଉଲି ଦେଲ,
ବିରହୀ ମନର ଦରଦୀ ଢେଉରେ ହୃଦୟ ଭିଜାଇ ଦେଲ ।