ପ୍ରକୃତି
ପ୍ରକୃତି
ଯାହା ଦେଖୁଅଛ ଆଖିର ଆଗରେ ଆମ ଚାରିପାଖେ ନିତି
ଜଳ ସ୍ଥଳ ବନ ଆକାଶ ପବନ ସେଇଟି ଆମ ପ୍ରକୃତି । "
ଆପେ ଆପେ ଯାହା ତିଆରି ହୋଇଛି ଈଶ୍ୱରଙ୍କ ବରଦାନ
ପ୍ରାକୃତିକ ତାକୁ କହନ୍ତି ଜାଣିଣ ତାହା ହୋଇଛି ମହାନ । "
ମାନବର କୃତ ନୁହଁଇ ପ୍ରକୃତି ମାନବର ରକ୍ଷାକର୍ତ୍ତା
ପ୍ରତ୍ୟେକ କାର୍ଯ୍ୟରେ ସହାୟକ ହୁଏ ଜୀବନକୁ ଦିଏ ବାର୍ତ୍ତା । "
ସୂର୍ଯ୍ୟ ଚନ୍ଦ୍ର ତାରା ଦିନରାତି ସବୁ ପ୍ରକୃତିର କାର୍ଯ୍ୟକ୍ରମ
ବନ୍ୟା ବାତ୍ୟା ଆଉ ଦୈବ ଦୁର୍ବିପାକ ପ୍ରକୃତିର କୋପ କାମ । "
ପ୍ରକୃତିର ଦାନ ଖରା ବର୍ଷା ଶୀତ ସମୟ କ୍ରମରେ ଆସେ
ପ୍ରକୃତିର ସେଇ ରୂପ ଦେଖି ପରା ଷଡଋତୁ କ୍ରମେ ଆସେ । "
ପୃଥିବୀ ଘୂର୍ଣ୍ଣନ ଚନ୍ଦ୍ରର ଘୂର୍ଣ୍ଣନ ଗ୍ରହ ଉପଗ୍ରହ ସବୁ
ବରଷା ବାଦଲ ବିଜୁଳି ଉତ୍ପନ ପ୍ରକୃତିର କାମ ସବୁ । "
ପ୍ରକୃତି ମାତା ଯେ ସଜାଇ ରଖିଛି ସୁସ୍ଥ ପରିବେଶ ତାର
ଫୁଲ ଫଳ ଭରା ଅମୀୟ ସୁଷମା ନାହିଁ ତାର ପଟାନ୍ତର । "
<
br>
ଅଭାବ ରଖିନି ଆହାର ଦେଇଛି ଜୀବଙ୍କର ମୁଖେ ସିଏ
ଜଳ ସ୍ଥଳ ବାୟୁ ଭରି ଦେଉଅଛି ଅମୃତର ସୁଖ ଦିଏ । "
ପ୍ରକୃତି ରାଣୀ ମୋ ସାଇତି ରଖିଛି ସୁନା ରୁପା ହୀରା ମୋତି
ଦିବାକର ଯେବେ ଆକାଶେ ଦିଶଇ ଝଲସି ଉଠଇ ଜ୍ୟୋତି । "
କରେ ନାହିଁ କେବେ ପାତର ଅନ୍ତର ଦେଖେ ନାହିଁ ଜାତି ଭେଦ
ସମସ୍ତଙ୍କୁ ସିଏ ବଞ୍ଚାଇ ରଖିଛି ସମସ୍ତେ ହୋଇ ଆବଦ୍ଧ । "
ସୃଷ୍ଟିକୁ ତାହାର ବଞ୍ଚେଇ ରଖିବା ବୃକ୍ଷ କରିବାନି ନଷ୍ଟ
ନହେଲେ ପୃଥିବୀ ଧ୍ବଂସ ପାଇଯିବ ହେବ ସବୁକିଛି ନଷ୍ଟ । "
ପ୍ରକୃତିର ନଷ୍ଟ ବଡ଼ ଅପରାଧ କେବେ କ୍ଷମା ହୁଏନାହିଁ
ଜାଣି ନଜାଣିଣ ହୋଇଣ ମାନବ ନଷ୍ଟ କରିଚାଲେ ତହିଁ । "
ସବୁ ଥାଇ ମଧ୍ଯ ଶିରୀ ତୁଟୁଅଛି ମଣିଷର ଅମାନବେ
ପ୍ରତି ମୁହୂର୍ତ୍ତରେ ଦୁର୍ବିପାକ ଘଟେ ରଚୁଛି ମନୁଷ୍ୟ ଗର୍ବେ । "
ପ୍ରକୃତି ହସିଲେ ସମସ୍ତେ ହସିବେ ରହିବେ ସକଳ ଖୁସି
ତାହାର ସୁରକ୍ଷା କରିବା ଯତ୍ନରେ ସୃଷ୍ଟିକୁ ନଦେବା ନାସି । "