Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dusmanta Sahu

Inspirational

3  

Dusmanta Sahu

Inspirational

କାହା ଉପରେ ଧନ ଭାର ଦେଲେ କଣ ହୁଏ

କାହା ଉପରେ ଧନ ଭାର ଦେଲେ କଣ ହୁଏ

1 min
186



ମନ୍ୟୁଷ ଜୀବନେ ଧନ ଆବଶ୍ୟକ କରେ 

ଧନ ନଥିଲେ ଜୀବନ ହୁଏ ଅନ୍ଧାରରେ "


ଧନ ଦ୍ୱାରା ସମ୍ପର୍କ ହୁଏ ଯେ ଖରାପରେ 

ଜୀବନରେ ଅତି ଲୋଭ ଯେ କର ନାହିଁରେ "


ଅସତ ଉପାୟରେ ଉପାର୍ଜନ କର ନାହିଁରେ 

ସେ ଧନ ମୋକ୍ଷ ହେବନାହିଁ ଯେ ଜୀବନରେ "


ଅଧର୍ମ ବିତ୍ତ ହୁତ ହୁତ ହୋଇ ବଢ଼େରେ 

ଗଲା ବେଳେ ଯାଏ ସମୁଳ ସହିତରେ "


ଦ୍ଵିତୀ କ୍ରୀଡା, ନାରୀବଶେ, ଜଳେ ଅନଳରେ 

ଶୂନ୍ୟେ ନୃପମାନଙ୍କରେ ଆବର ଆଉ ତସ୍କରେ "


ପାପ ହେତୁ ବ୍ୟୟ ହୁଏ ଯେ ତାହା ଅଟେରେ 

ଅପାତ୍ରେ, ବିଜୟାରେ ନାଶ ଯେ ଅସମୟରେ "


କାହାକୁ ଧନଭାର ନଦେବ ସମାଜରେ 

ସ୍ଥିର ମନେ ବୁଝି ବିଚାରି ଦେ ଦାୟିତ୍ୱରେ "


ନଦେବ ଧନର ଭାର ବ୍ରାହ୍ମଣର କରେ 

ଥିଲେ ମଧ୍ୟ ଦିଏ ନାହିଁ କାହାକୁ ଲୋଭରେ "


କ୍ଷତ୍ରିୟକୁ ଧନଭାର ଉଚିତ ନୁହଁରେ 

ସାଧାରଣ କଥାରୁ ଖଡଗ ଉଠାଏରେ "


ଧନଭାର ଦିଏ ଯଦି ଜ୍ଞାତିର ଉପରେ 

ଆପଣାର ବୋଲି ଭାବି ସବୁ ଚଳୁ କରେ "


ପୁରୁଣା ଚାକର ଯଦି ନିଏ ଦାୟିତ୍ୱରେ 

ଦୋଷ କଲେ ମଧ୍ୟ କାହାକୁ ଭୟ ନକରେ "


ଆପଣାର ପ୍ରତି ମାନ୍ୟ କେବେ ଯେ ନକରେ 

ଅମାନ୍ୟ ହୋଇଣ ସ୍ୱେଚ୍ଛାଚାରୀ ସେ ହୁଏରେ "


ଧନର ଭାର ଦେଲେ ଉପକାରୀ ଜନ ଠାରେ 

ତେବେ ସେ ନିଜର ଦୋଷ ନଧରେ ମନରେ "


ନିଜର ଉପକାର ସଦା ଥାଏ ହୃଦରେ 

ନିଜର ଶପଥ ଦେଇ ସବୁ ଧନ ହରେ "


ଅର୍ଥ ଅନର୍ଥର ଯହିଁ ମୂଳ କାରଣରେ 

ଅର୍ଥକୁ ରଖିବ ସାଇତି ଯେ ଜୀବନରେ "



Rate this content
Log in

Similar oriya poem from Inspirational