STORYMIRROR

Dusmanta Sahu

Inspirational

3  

Dusmanta Sahu

Inspirational

ଏଡ଼ସ୍

ଏଡ଼ସ୍

2 mins
155


ଏଡ଼ସ୍ କୌଣସି ଏକ ରୋଗ ନୁହେଁ 

     ମଣିଷ ଶରୀରର ଅବସ୍ଥା, 

ରୋଗ ପ୍ରତିରୋଧି ଶକ୍ତି ଧୀରେ ଧୀରେ 

     କମି ହୁଏ ଜଟିଳ ଅବସ୍ଥା ।।


ଏଡ଼ସ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି 

    ଯେଉଁ ରୋଗରେ ଆକ୍ରାନ୍ତ ହୁଏ, 

ଅର୍ଜିତ ରୋଗର ପ୍ରତିରୋଧ ଶକ୍ତି 

     ଧୀରେ ଧୀରେ ହ୍ରାସ ପାଇଥାଏ ।।


ଫଳରେ ସେ ରୋଗ ଭଲ ହୁଏ ନାହିଁ 

     ମୃତ୍ୟୁ ମୁଖରେ ଯେ ପଡିଥାଏ, 

ଏହି ରୋଗର ଯେ ସଫଳ ଚିକିତ୍ସା 

      ବର୍ତ୍ତମାନ ଯେ ହୋଇନଥାଏ ।।


ଏଡ଼ସ୍ ରୋଗର ଖଳନାୟକ ଯେ 

     ହୋଇଥାଏ ଏକ ଯେ ଭୁତାଣୁ, 

ସେହି ଭୁତାଣୁ ଯେ ମହା ମାରାତ୍ମକ 

     ନାମ ଏଚ. ଆଇ. ଭି ଭୁତାଣୁ ।।


ଅନ୍ୟ ଭୁତାଣୁର ସଦୃଶ ହୋଇଣ 

     ଶରୀର ଗଠନ ଅତି ସରଳ, 

ପୃଷ୍ଟିସାର ଦ୍ୱାରା ଗଠିତ ଖୋଳପା 

    ଆନୁବଂଶ ପଦାର୍ଥର ବଳ ।।


ଏହି ଭୁତାଣୁ ଯେ ଆର ଏନ ଏ ଯେ 

    ଆର ଏନ ଏ ମଧ୍ୟରେ ରହି, 

ଭୁତାଣୁ ମାନଙ୍କୁ ପଶ୍ଚାଭୁତାଣୁ ଯେ 

   ରେଟ୍ରାଭାଇରସ ଯେହୁ କହି ।।


ରକ୍ତରେ ଥିବା ଶ୍ୱେତ ରକ୍ତକଣିକା 

    ବାହ୍ୟ ସଂକ୍ରମଣରୁ ରକ୍ଷା କରେ, 

ଏଡ଼ସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ 

     ଟି -ଲିମ୍ପୋସାଇଟ ହ୍ରାସ କରେ ।।


ଫଳରେ ବ୍ୟକ୍ତିକୁ ମାସାଧିକ କାଳ 

     ଜ୍ୱର ଲାଗିଣ ଯେ ରହିଥାଏ, 

ଶ୍ୱାସ ତନ୍ତ୍ର, କାଶ, ସ୍ନାୟୁ ତନ୍ତ୍ର, ଝାଡା 

     ସମସ୍ୟା ଯେ ଦେଖାଯାଇଥାଏ ।।


କ୍ରମେ କ୍ରମେ ତାର ଓଜନ ଯେ ହ୍ରାସ 

     ହୋଇଥିବାର ଦେଖାଯାଏ, 

ସଫଳ ଚିକିତ୍ସା ନଥିବାରୁ ଶେଷେ 

    ମୃତ୍ୟୁ ମୁଖରେ ଯେ ପଡିଥାଏ ।।


ଏଡ଼ସ୍ ସୃଷ୍ଟି କାରୀ ଭୁତାଣୁ ଅଟେ ଯେ 

     ମଣିଷ ଶରୀରର ବାହାରେ 

ଏକ ମିନିଟରୁ ଅଧିକ ସମୟ 

    ବଞ୍ଚି ରହିଣ ଅଟେ ନପାରେ ।।


ବ୍ୟକ୍ତି ଶରୀରରୁ ଅନ୍ୟ ଶରୀରକୁ 

   ପ୍ରତ୍ୟକ୍ଷ ଯେ ସଂକ୍ରମିତ ହୁଏ, 

ଏଡ଼ସ୍ ଆକ୍ରାନ୍ତ ବ୍ୟକ୍ତି ଠାରୁ ରକ୍ତ 

    ରକ୍ତ ଗ୍ରହଣରେ ହୋଇଥାଏ ।।


ଭାରତ ବର୍ଷରେ ପଞ୍ଚାଅଶି ଭାଗ 

  ଏଡ଼ସ୍ରେ ଆକ୍ରାନ୍ତ ହୁଅନ୍ତି, 

ଅନୈତିକ ଦୈହିକ ସମ୍ପର୍କ ଦ୍ୱାରା 

   ଅସାବଧାନତା ହୋଇଥାନ୍ତି ।।


ଏଲାଇଜା ପରୀକ୍ଷଣରେ କେବଳ 

     ଚିହ୍ନଟ ଯେ କରାଯାଇଥାଏ, 

ୱେସର୍ଣ୍ଣ ବ୍ଲଟିଙ୍ଗ କୌଶଳ ପ୍ରୟୋଗ 

    ବିଶ୍ୱାସ ଯୋଗ୍ୟ ଯେ ହୋଇଥାଏ ।।


ଏଡ଼ସ୍ ବିଷୟରେ ସଚେତନ ପାଇଁ 

   ଡିସେମ୍ବର ମାସ ପହିଲାରେ, 

ବିଶ୍ୱ ଏଡ଼ସ୍ ଦିବସ ପାଳନରେ 

   ପାଳନ ହୁଏ ସବୁ ଦେଶରେ ।।


କଳି ଯୁଗରେ ଯେ କିଭଳି ଘଟଣା 

    ଘଟି ଯାଉଛି ଯେ ଜଗତରେ, 

ସମସ୍ତେ ଜାଣନ୍ତି କିଭଳି ଘଟୁଛି 

   ନୁହେଁ ଯେ ଆମେ ସଚେତନରେ ।।


ପତ୍ନୀଙ୍କ ସମ୍ପର୍କେ ବେଦରେ ବର୍ଣ୍ଣିତ 

   କରିଛନ୍ତି ଅଟେ ବ୍ରହ୍ମଦେବ, 

ଜଣେ ଯେ ପୁରୁଷ ଗୋଟିଏ କନ୍ୟାକୁ 

    ମାତ୍ର ବିବାହ କରିପାରିବ ।।


ହାଲୋ ହାଏ ଯୁଗ ହୋଇଲା ହେ ବନ୍ଧୁ 

     କିଏ କାହାକୁ ଯେ ମାନେ ନାହିଁ, 

ଆଂଶିକ ଯେ ସୁଖ ପାଇବା ପାଇଁକି 

    ଦୈହିକ ସମ୍ପର୍କ ରଖ ନାହିଁ ।।


ପ୍ରାଚୀନ ସଂସ୍କୃତି ପରମ୍ପରା ଵିଧି 

    ଭୁଲିଗଲେ ଆମେ ପାଳନକୁ, 

ମହାପୁରୁଷଙ୍କ ଅମୁଲ୍ୟ ବାଣୀକୁ 

    ଭୁଲିଗଲେ ସବୁ ଜୀବନକୁ ।।


ଭାରତ ବର୍ଷରେ ସଂସ୍କୃତି ଆମର 

   ଏକ ପତି, ଏକ ପତ୍ନୀ ବ୍ରତ, 

ଉକ୍ତ ନିୟମକୁ ପାଳନ କରିଲେ 

    ଏଡ଼ସ୍ ହୋଇବ ଯେ ନିପାତ ।।


ଆହେ ବନ୍ଧୁମାନେ ସତର୍କ ହୋଇବା 

    ଏକାଧିକ ଯୌନକ୍ରିୟା ନାହିଁ, 

ସାବଧାନ ହେଲେ ଏଡ଼ସ୍ ରୋଗ ଯେ 

    ଆକ୍ରମଣ କରିବ ଯେ ନାହିଁ ।।


ବେଳ ଥାଉ ଥାଉ ହେବା ସାବଧାନ 

    ଚାଲୁଥିବା ସତର୍କ ହୋଇଣ, 

ମାରାତ୍ମକ ରୋଗ ଦୂର ହୋଇଯିବ 

    ଭୟ ଦୂର ହେବ ଅଟେ ଜାଣ ।।


ଆହେ ଯୁବବନ୍ଧୁ ହୁଅ ସଚେତନ 

   କେବେ କର ନାହିଁ ଯୌନକ୍ରିୟା, 

ଶାସ୍ତ୍ରରେ ନିଷେଧ ବିଜ୍ଞାନ ନିଷେଧ 

   କରୁଅଛି ଯୌନ ଯେ ପ୍ରକ୍ରିୟା ।।



સામગ્રીને રેટ આપો
લોગિન

Similar oriya poem from Inspirational