ପ୍ରିୟାର ପାଉଁଜି
ପ୍ରିୟାର ପାଉଁଜି
ପ୍ରାଚୀନ ଯୁଗର ଉତ୍ତୁଙ୍ଗ ବୈଦିକ
ସଭ୍ୟତା ମହାସଂସ୍କରୀ
ଯୌବନ ସୋପାନ ଆଗେଇ ଚଳିଲେ
ଯୌବନର ମଙ୍ଗ ଧରି ।
ପାଉଁଜିର ଶବ୍ଦ ମହୁଠୁ ମଧୁର
କୋଇଲିର କଣ୍ଠସ୍ୱର
ମୋ ଦୈହିକ କଷ୍ଟ ଉଭେଇଣ ଯାଏ
ରୁମଝୁମ ଶବ୍ଦେ ତାର ।
ଚେନାଏ ହସର ଇନ୍ଦ୍ରଧନୁ ରଙ୍ଗ
ହସିଥାଏ ଯେ ଫଗୁଣ
ଚମ୍ପକ ଦେହର ପାଉଁଜି ଶବ୍ଦରେ
ହୃଦୟେ ଜାଗେ କମ୍ପନ ।
ପାଦର ପାଉଁଜି ନାରୀର ଭୂଷଣ
ଭାରତୀୟ ସମାଜର
ମଧୁର ମୂର୍ଚ୍ଛନା ପାଉଁଜିର ଶବ୍ଦ
ଚାଲିଗଲେ ପ୍ରିୟା ମୋର ।
କାମନା ବାସନା ଜଡିତ ଶରୀର
ପାଉଁଜିର ଶବ୍ଦ ଶୁଣି
ବଦଳି ଯାଏ ଯେ ମନର ଭାବନା
ମାଗେ ସ୍ନେହ, ପ୍ରେମ ପୁଣି ।
ହସ ଭରିଦିଅ ମଧୁର ଛିଟାରେ
ଲାଜୁଆ ପଣତ ଟାଣି
ମନ୍ଥର ଗତିରେ ପାଉଁଜିର ସ୍ୱର
ସତେ କି ଗଜଗାମିନୀ ।
ନିଶବ୍ଦ ରାତ୍ରର &
nbsp;ଘନ ଅନ୍ଧାରରେ
ପ୍ରିୟା ମୋର ଯେବେ ଆସେ
ପ୍ରିୟସୀ ଗୋ ତୁମେ ରୂପ ଦେଖିବାକୁ
ମନ ମୋ ହୁଏ ଉଲ୍ଲାସେ ।
ତୁମ ହୃଦୟର ଚଟାଣ ଉପରେ
ଥାପିଲି ପ୍ରଣୟ ବେଦୀ
ପ୍ରତି ମୁହୂର୍ତ୍ତରେ କର୍ଣ୍ଣେ ଶୁଣାଇଲ
ପାଉଁଜିର ଚଉପଦୀ ।
ଚମ୍ପା ଫୁଲ ପରି ପାଦରେ ତୁମର
ମଲ୍ଲୀ ସଦୃଶ ପାଉଁଜି
ପାଉଁଜିର ଶବ୍ଦ ମୋ ମନ ବେଳାରେ
ସ୍ବପ୍ନ ଦେଖେ ଆଖିବୁଜି ।
ନୀଳ ନୀଳ ତୁମ ଲାଜୁକି ଆଖିରେ
ସାଗର ଚପଳ ଢେଉ
ତୁମର ପାଦର ପାଉଁଜିର ସ୍ଵରେ
ଝରିଯାଏ ମିଠା ମହୁ ।
ସୁନ୍ଦର ସୁନ୍ଦର ସବୁଠୁ ସୁନ୍ଦର
ପ୍ରିୟାର ପାଉଁଜି ସ୍ୱର
ମଧୁର ମଧୁର ସବୁଠୁ ମଧୁର
ପ୍ରିୟା ତୁମ କଣ୍ଠସ୍ୱର ।
ସକାଳ ସୂର୍ଯ୍ୟର ପହିଲି କିରଣ
ତୁମର ପ୍ରଥମ ସ୍ପର୍ଶରେ
ସାଇତି ରଖିଛି ଅଭୁଲା ସ୍ମୁତିକୁ
ରଖିବି ଯୁଗ ଯୁଗରେ ।