ପରିବେଶ ସୁରକ୍ଷାରେ ନାରୀଜଗତ
ପରିବେଶ ସୁରକ୍ଷାରେ ନାରୀଜଗତ
ଆମ ଚତୁଃପାର୍ଶ୍ଵ ଘେରି ଯେ ରହିଣ
କାର୍ଯ୍ୟ କଳାପ ଉପରେ,
ପ୍ରଭାବ ବିସ୍ତାର କରିଣ ରହିଛି
ସେ ଅଟେ ପରିବେଶରେ।
କୀଟ ଠାରୁ ବ୍ରହ୍ମ ଶୈବାଳ ପାଖରୁ
ମହାକାୟ ମହାଦ୍ରୁମ,
କ୍ଷୁଦ୍ର କଣିକାରୁ ବିଶାଳ ପଥର
ନଦୀ ନାଳ କେତେ ସମ ।
ଝରଣା ସମୁଦ୍ର ଆକାଶ ଓ ବାୟୁ
ନଦେଖୁ ସେ ସମୁଦାୟ,
ଯାହା ଘେରିଅଛି ଚତୁଃପାର୍ଶ୍ୱରେ ଯେ
ତାହା ପରିବେଶମୟ ।
ଶାସ୍ତ୍ରକାର ମାନେ ମତ ଦିଅନ୍ତି ଯେ
ପଞ୍ଚମହାଭୁତ ଶରୀର,
କ୍ଷିତି, ଆପ, ତେଜ ମରୁତ, ବ୍ୟୋମରେ
ସୃଷ୍ଟି ପରିବେଶ ଆମର ।
ବୈଦିକ ଯୁଗରେ ପ୍ରଜ୍ଜ୍ୱଳ ଶିଖାର
ଜ୍ୟୋତି ରେଖାର ଆରମ୍ଭ,
ବିଂଶ ଶତାଦ୍ଦୀର ଧୁମୋଛ୍ୱସ ପର୍ଯ୍ୟନ୍ତ
ନାରୀର ମହିମା ଆରମ୍ଭ ।
ସୃଷ୍ଟିକର୍ତ୍ତା ବ୍ରହ୍ମା ସୃଷ୍ଟି କରିଥିଲେ
ପୁରୁଷ ସଙ୍ଗରେ ନାରୀ,
ଏକ ବ୍ରହ୍ମ ପୁଣି ଦ୍ୱିତୀୟ ପ୍ରକୃତି
ସୃଷ୍ଟି ହୋଇଥିଲେ ବାରି ।
ଗୃହସ୍ଥ ଜୀବନ ସାମାଜିକ କର୍ମ
ସୌଷ୍ଠବ ପରିଚାଳନା,
ଉଦ୍ଦେଶ୍ୟ ମୁଳକ ଭାବରେ ପୁରୁଷ
ଧୈର୍ଯ୍ୟ ସାହାସ ପ୍ରଦାନ ।
ନାରୀକୁ ଯେପରି ସ୍ନେହ ଓ ବତ୍ସାଲ୍ୟ
ସେବା କଷ୍ଟ ସହିଷ୍ଣୁତା,
ଏସବୁ ଚରିତ୍ର ଦାନ କରିଛନ୍ତି
ବିଶ୍ୱ ପରାମର୍ଶ ଦାତା ।
ଦେଶ ଭବିଷ୍ୟତ ନାରୀର ହାତରେ
ଗଢ଼ା ହୋଇଥାଏ ଜାଣି,
ଆଜିର ଶିଶୁ ଯେ କାଲି ନାଗରିକ
ଭବିଷ୍ୟତର ବିନ୍ଧାଣି ।
ଶିଶୁର ଦାୟିତ୍ୱ ଲାଳନ ପାଳନ
ମାତୃ ଜାତି ପାଖେ ଥାଏ,
ଉପଯୁକ୍ତ ମାଆ ଶିଶୁର ସ୍ୱାସ୍ଥ୍ୟରେ
ଅଭିବୃଦ୍ଧି ସୃଷ୍ଟି ହୁଏ ।
ଅଶିକ୍ଷିତା ନାରୀ ହୋଇଲେ ସମାଜେ
ସମାଜ ହୁଏ କଳଙ୍କିତ,
ସ୍ୱାସ୍ଥ୍ୟ ରକ୍ଷାର ଯେ ଜ୍ଞାନ ନଥିବାରୁ
ଅଶିକ୍ଷିତ ଯେ ଚକିତ ।
ଅଶିକ୍ଷିତା ତାର ନିଜର ଦାୟିତ୍ୱ
ସ୍ଵାମୀ ଓ ସନ୍ତାନଙ୍କର,
ସ୍ୱାସ୍ଥ୍ୟର ଉନ୍ନତି ହୁଏ ଅସମ୍ଭବ
ପ୍ରଥମ କାମ ନାରୀର ।
ନାରୀର ପ୍ରଧାନ କର୍ତ୍ତବ୍ୟ ହେଉଛି
ସାମାଜିକ ଯେ ଯାପନ,
ଆବର୍ଜନା ସୃଷ୍ଟି ଆବର୍ଜନା ସଫା
ନାରୀ କରେ ସମାପନ ।
ଗୃହ ପରିଷ୍କାର &nbs
p; ପରିଚ୍ଛନ୍ନତାରେ
ନାରୀର ଭୂମିକା ଥାଇ,
ଗ୍ରୁହୋପକରଣ ସାଜସଜା ପାଇଁ
ନାରୀ ଯେ ବୁଝିଣ ଥାଇ ।
ଖାଦ୍ୟ ପାନୀୟର ନିରାପଦ କାର୍ଯ୍ୟ
ଶିଶୁ ଲାଳନ ପାଳନେ,
ପରିବାର ରକ୍ଷା ପରିବେଶ ରକ୍ଷା
କରିଥାନ୍ତି ନାରୀମାନେ ।
ନାରୀ ମାନଙ୍କର ପ୍ରଧାନ କର୍ତ୍ତବ୍ୟ
ଅଳ୍ପ ଆବର୍ଜନା ସୃଷ୍ଟି,
ଆବର୍ଜନାର ଯେ ଠିକ ବିନିଯୋଗ
କରି ପାଇବେ ଯେ ପୃଷ୍ଟି ।
କମଳାର ଚୋପା ଜାମୁକୋଳି ମଞ୍ଜି
ବାହାରକୁ ଫିଙ୍ଗିଦେଉ,
ଭୈସଜିମାନେ ଯେ ଉଚ୍ଚ ମୂଲ୍ୟ ଦେଇ
ଔଷଧ ଯେ କରୁଥାଇ ।
ବୃକ୍ଷ ଲତାଙ୍କର ଦ୍ରବ୍ୟ ଗୁଣ ସହ
ନାରୀ ପରିଚିତ ହେଲେ,
ଅଦରିକାରିକୁ ଫୋପାଡ଼ି ନଦେଇ
ଉପଶମ ହେବ ଭଲେ ।
ବୈଜ୍ଞାନିକ ମାନେ ଜାଣିପାରିଛନ୍ତି
ମନ୍ୟୁଷର ସ୍ୱାସ୍ଥ୍ୟ ପାଇଁ,
ପଶୁ ପକ୍ଷୀଙ୍କର ଭୂମିକା ରହିଛି
କୋମଳମୋତି ଶିଶୁ ପାଇଁ ।
ତାଙ୍କୁ ବନ୍ଧୁ ପ୍ରିୟ ବୁଦ୍ଧିର ବିକାଶ
ପରିବେଶ ଉନ୍ନତିରେ,
ହୃଦରୋଗୀ ମାନେ ରକ୍ତ ଚାପ ରୋଗୀ
ଆସିଥାଏ ଉପକାରେ ।
ଜଳ ହିଁ ଜୀବନ କହନ୍ତି ଋଷିଏ
ପଞ୍ଚଭୁତ ବୋଲି କହି,
ଜଳ ଆବଶ୍ୟକ ସଭିଙ୍କ ଜୀବନେ
ସେଥିରୁ ନିସ୍ତାର ନାହଁ ।
ଦୁର୍ଭାଗ୍ୟର କଥା ଭାରତ ଦେଶରେ
ଦୂଷିତ ଜଳ ମାଧ୍ୟମେ,
ପ୍ରାୟ ଶତକଡା ପଞ୍ଚସଠି ଭାଗ
ସଂକ୍ରମିତ ହଉ ଆମେ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ମନରେ
ସଂକୀର୍ଣ୍ଣତା ସ୍ୱାର୍ଥ ପାଇଁ,
ସୁନ୍ଦର ସୃଷ୍ଟିକୁ ଧ୍ବଂସ କରିଦେବା
ନିଜର ସ୍ୱାର୍ଥ ଯେ ପାଇଁ ।
ପ୍ରକୃତି କୋଳରେ ବଢ଼ି ଆସିଛେ ଯେ
ତାକୁ ହତ୍ୟା କରିଦେବା,
ଅମର କର୍ତ୍ତବ୍ୟ ରହିଛି ତା ପାଇଁ
ପ୍ରକୃତିକୁ ଯତ୍ନେ ରଖିବା ।
ସବୁରି ସମସ୍ୟା ନିଜର ସମସ୍ୟା
ଚିନ୍ତା କରି ନିଜ ମନେ,
ପରିବେଶକୁ ହିଁ ଗ୍ରାସ କରୁଥିବା
ମହିଷାସୁରକୁ ପାନେ ।
ସୁସ୍ଥରେ ରହିଲେ ଆମ ପରିବେଶ
ସୁସ୍ଥ ରହିବା ସମସ୍ତେ,
ସୁଖରେ ଜୀବନ ବିତାଇବା ପୁଣି
ଖୁସି ରହିବା ଜଗତେ ।