Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dusmanta Sahu

Inspirational

4  

Dusmanta Sahu

Inspirational

ସଂଖ୍ୟାର ଖେଳ (1)

ସଂଖ୍ୟାର ଖେଳ (1)

1 min
250



ଏକରୁ ଆରମ୍ଭ   ଏକ ଅଟେ ବ୍ରହ୍ନ 

       ଏକର ବହୁତ କାର୍ଯ୍ୟ, 

ଏକର ମହତ୍ତ୍ୱ     ନଜାଣିଲେ ତୁମେ 

      ଜୀବନ ହେବ କଦର୍ଯ୍ୟ '


ଏକ ବୋଲି ଯେଉଁ   ଅକ୍ଷର ଗୋଟିକ 

      ତାହାର ଗୁରୁତ୍ୱ ଜାଣ, 

ସଂଖ୍ୟା ମାନଙ୍କର    ଆରମ୍ଭ ଏକରୁ 

     ମନେ ରଖିଥିବ ପୁଣ '


ଏକରୁ ଅନେକ      ସୃଷ୍ଟି ହୋଇଛନ୍ତି 

      ଜଗତ ମଧ୍ୟରେ ସତେ, 

ଏକର ଆରମ୍ଭ      ସୃଷ୍ଟିର ଆରମ୍ଭ 

      କହନ୍ତି ସାଧୁ ପଣ୍ଡିତେ '


ଏକ ବ୍ରହ୍ମ ନାସ୍ତି      ଏକ ଅଟେ ସୂର୍ଯ୍ୟ 

      ବିଶ୍ୱବ୍ରହ୍ମାଣ୍ଡରେ ପୁଣି, 

ଏକ ଅଟେ ଚନ୍ଦ୍ର      ବିରାଜ ଥାଆନ୍ତି 

      ଆକାଶ ମଣ୍ଡଳେ ଗଣି '


ଏକରୁ ଅନେକ       ସୃଷ୍ଟି କରିଛନ୍ତି 

      ବିନ୍ଦୁ ସ୍ୱରୂପ ଯେ ବ୍ରହ୍ମ, 

ସୃଷ୍ଟି ଭିଆଇଣ       ଜଗତ ମଧ୍ୟରେ 

      ଦେଇଛନ୍ତି ଯେ କରମ '


ଏକ ଅଟେ ବ୍ରହ୍ମ      ଏକ ଯେ ପ୍ରକୃତି 

       ସୃଷ୍ଟିର ଆରମ୍ଭେ ଜାଣ, 

ବ୍ରହ୍ମ ଓ ପ୍ରକୃତି      ମିଶ୍ରଣ ଫଳରେ 

       ଜନ୍ମିଲେ ତିନି ଯେ ଗୁଣ '


ରଜ, ସତ, ତମ     ତ୍ରିଗୁଣ ତ୍ରିଦେବ 

      ପ୍ରକୃତି କରେ ଉତ୍ପତ୍ତି, 

ବ୍ରହ୍ମା, ବିଷ୍ଣୁ, ଶିବ     ନାମ ଯେ ପାଇଲେ 

      ଏକ ପରେ ଯେ ଉତ୍ପତ୍ତି '


ସୃଷ୍ଟିର ଆରମ୍ଭେ      ଏକ ବ୍ରହ୍ମ ଥିଲେ 

       ଥିଲେ ଅଟେ ଯେ ପ୍ରକୃତି, 

ଏକ ବ୍ରହ୍ମ ପୁଣି       ପ୍ରକୃତିଙ୍କ ସହ 

       ବିବାହ କରିଲେ ସତୀ "


ପ୍ରକୃତିଙ୍କ ବାଣୀ      ବ୍ରହ୍ମ ଯେ ନଶୁଣି 

       ବଳରେ ବିବାହ କରିଲେ, 

ପ୍ରକୃତିଙ୍କ ସହ      ସହବାସ ଦ୍ୱାରା 

      ତ୍ରିଦେବ ଉତ୍ପନ ହେଲେ "


ତ୍ରିଦେବ ଯୁବକ     ହେବା ଯେ ପର୍ଯ୍ୟନ୍ତ 

       ଅଚେତ କରାଇ ପୁଣି, 

ଯୁବକ ହୁଅନ୍ତେ      ସଚେତ କରାଇ 

      ଅଲଗା ରଖିଲେ ଜାଣି '


ବ୍ରହ୍ମାଙ୍କୁ ରଖିଲେ      କମଳ ପୁଷ୍ପରେ 

       ଯତନ ଯେ ସହକାରେ, 

ବିଷ୍ଣୁଙ୍କୁ ରଖିଲେ       ଶେଷନାଗ ଠାରେ 

       ଅତି ଗୁପ୍ତ ସହିତରେ '


ଶିବଙ୍କୁ ରଖିଲେ       କୈଳାସ ପର୍ବତ 

      କରି ସଚେତ ଅବସ୍ଥା, 

ପ୍ରକୃତିଙ୍କ ଦ୍ୱାରା        ତିନିଙ୍କ ବିବାହ 

       କରିବେ ବୋଲି ବ୍ୟବସ୍ଥା '


ବ୍ରହ୍ମାଙ୍କ ସହିତ        ସାବିତ୍ରୀ ଦେବୀଙ୍କ 

       ବିବାହ କରିଲେ ଜାଣ, 

ବିଷ୍ଣୁଙ୍କ ସଙ୍ଗରେ       ଲକ୍ଷ୍ମୀଙ୍କ ସହିତ 

        ବନ୍ଧନେ ଆବଦ୍ଧ ପୁଣ '


ଶିବଙ୍କ ସଙ୍ଗରେ      ମାତା ପାର୍ବତୀଙ୍କୁ 

       ବିବାହ ବନ୍ଧନେ ବାନ୍ଧି, 

ଏକ ବ୍ରହ୍ମାଣ୍ଡର        ଦାୟିତ୍ୱ ଅର୍ପିଲେ 

       ରଖି ନିଜେ ସେ ସମ୍ୱନ୍ଧି '


ଏକ ବ୍ରହ୍ମାଣ୍ଡ ଯେ       ତିନୋଟି ଲୋକ 

        ବିଭାଗ ହୁଏ ଯେ ଭାଗ, 

ସ୍ୱର୍ଗଲୋକ ଅଟେ      ପୃଥିବୀ ଲୋକ ଯେ 

         ପାତାଳ ତୃତୀୟ ଭାଗ '


ସ୍ୱର୍ଗ ଲୋକ କଥା       ବ୍ରହ୍ମା ଯେ ବୁଝନ୍ତି 

        ପୃଥିବୀ ଲୋକରେ ବିଷ୍ଣୁ, 

ତମ ଗୁଣ ଶିବ         ପାତାଳ ଲୋକ ଯେ 

       କହନ୍ତି କଷ୍ଟ ସହିଷ୍ଣୁ '


ଏକ ବ୍ରହ୍ମ ପୁଣି         ପ୍ରତ୍ୟେକ ବ୍ରହ୍ମାଣ୍ଡ 

        ଗୁପ୍ତ ସ୍ଥାନ ଯେ ରଚଇ, 

ବ୍ରହ୍ମ ଲୋକ ବୋଲି      କହନ୍ତି ତାହାକୁ 

        ତିନି ଗୁପ୍ତ ସ୍ଥାନ ଅଛଇ '


ବିଶ୍ୱର ଯେ ସୃଷ୍ଟି        ହୋଇଛି ଏପରି 

        ଆହୁରି ଅନେକ କଥା, 

କହିଲେ ନସରେ       ହେବ ଅସରନ୍ତି 

         ନଜାଣିଲେ ହେବ ବୃଥା '


ଏକରୁ ଅନେକ         ଏପରି ସୃଷ୍ଟି ଯେ 

       ହୋଇଛି ବିଶ୍ୱବ୍ରହ୍ମାଣ୍ଡ, 

କେତେ ଯେ ବ୍ରହ୍ମାଣ୍ଡ       ରହିଛି ବିଶ୍ୱରେ 

       ଜାଣ ଯେ ସବୁ ବ୍ରହ୍ମାଣ୍ଡେ '


ଏକରୁ ଆରମ୍ଭ        ହୋଇଣ ସୃଷ୍ଟି ଯେ 

       ବିରାଟ ହୋଇଅଛି ଯେ, 

ସୃଷ୍ଟି ଭିଆଇଣ         ଜଗତ ମଧ୍ୟରେ 

        ଗୁପ୍ତରେ ରହିଛନ୍ତି ଯେ '



Rate this content
Log in

Similar oriya poem from Inspirational