STORYMIRROR

Nrusingha Rout

Romance

4  

Nrusingha Rout

Romance

କଥା ଥିଲା

କଥା ଥିଲା

1 min
236


କଥାଥିଲା,,,,,,,,,,

ମୁଁ କୁହେ କି ନ କୁହେ

ତୁମେ ଆସିବ,

ସକାଳର ସିନ୍ଦୂରାରେ 

ମଧ୍ୟାହ୍ନର ତମାମ ଖରାରେ 

କେବେ ପୁଣି ସନ୍ଧ୍ୟାର

ସଞ୍ଜ ଆଳତିରେ ।।


କଥାଥିଲା,,,,

ତୁମେ କୁହ କି ନ କୁହ

ମୁଁ ଆସିବି,

ଗୀଷ୍ମର ଉତ୍ତପ୍ତ ଝାଞ୍ଜିରେ

ବସନ୍ତର ମୃତ୍ୟୁ ମଳୟରେ

ଆଉ ବରଷାର ନିଝୁମ୍ ରାତିରେ ।।


କଥା ହିଁ କଥାରେ ରହିଲା 

ନା ଆସିଲ ତୁମେ

ନା ଆସିଲି ମୁଁ 

ଅପେକ୍ଷାରେ ଯାହାଖାଲି 

ବିତିଗଲା ଅନେକ ଆୟୁଷ ।।


ଏବେ ଯେବେ,

ସମୟକୁ ପଚାରେ ମୁଁ ପ୍ରଶ୍ନ 

ଉତ୍ତରରେ ସେ କୁହେ

ଅନୁଶୀଳନରେ ଆଉ କ'ଣ

ବାକିଅଛି ଅଜଣା ଅତୀତ ।।


ବର୍ତ୍ତମାନ ଏଠି ବାଟବଣା ଆଜି 

ଭବିଷ୍ୟତ ଏକ ବନ୍ଦ ଲଫାପା

ଖୋଜି ବୁଲେ ଆରୋହରୁ ଅବରୋହ

ହଜିଥିବା ପୁରୁଣା ଠିକଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance