STORYMIRROR

Nrusingha Rout

Tragedy

3  

Nrusingha Rout

Tragedy

ଆତ୍ମଲିପି

ଆତ୍ମଲିପି

1 min
206

ସମୟକୁ ପଛକରି

ଗଡିଗଲେ ମୂହୁର୍ତ୍ତ 

ହଠାତ୍ ଜୀବନ ପୃଷ୍ଠାରୁ

ସରିଯାଏ ଅଧ୍ୟାୟଟେ ସତ ।।


ହେଲେ      

ଏକ୍ଲାପଣରେ ଭାଙ୍ଗି ପଡୁଥାଏ 

ଆଉ ଏକ ଇଲାକା ଇତସ୍ତତ ଯେତେସବୁ

 ଆସ୍ଫାଳନ ଆୟୁଧ ସ୍ୱପ୍ନର ସହର।।


ଅନ୍ଧାରରେ ଅଣ୍ଡାଳି ହେଉଥାଏ 

ଉସର୍ଗରେ ବାଣ୍ଟୁଥିବା

ସୁଖ ଦୁଃଖ ସଂଘାତ ସଂଘର୍ଷ 

କେତେପୁଣି ଆପଣାର ଆବେଗ 

ଏବେ ଏଠି ଅଣାୟତ୍ତ ଅସ୍ତିତ୍ଵ।।


ଦିଗବଳୟର ଆସନ୍ନ ସନ୍ଧ୍ୟା ଡାକୁଥାଏ ଆସ 

ସୂର୍ଯ୍ୟାସ୍ତରେ ବୁଲିବାକୁ ସମୁଦ୍ର ପର୍ଯ୍ୟନ୍ତ 

ଆସନ୍ତା କାଲିର ସିନ୍ଦୂରା ଫାଟୁଥାଏ

ଗାଇ ଗାଇ ନୂଆ ସକାଳର ଗୀତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy