ଆତ୍ମଲିପି
ଆତ୍ମଲିପି
ସମୟକୁ ପଛକରି
ଗଡିଗଲେ ମୂହୁର୍ତ୍ତ
ହଠାତ୍ ଜୀବନ ପୃଷ୍ଠାରୁ
ସରିଯାଏ ଅଧ୍ୟାୟଟେ ସତ ।।
ହେଲେ
ଏକ୍ଲାପଣରେ ଭାଙ୍ଗି ପଡୁଥାଏ
ଆଉ ଏକ ଇଲାକା ଇତସ୍ତତ ଯେତେସବୁ
ଆସ୍ଫାଳନ ଆୟୁଧ ସ୍ୱପ୍ନର ସହର।।
ଅନ୍ଧାରରେ ଅଣ୍ଡାଳି ହେଉଥାଏ
ଉସର୍ଗରେ ବାଣ୍ଟୁଥିବା
ସୁଖ ଦୁଃଖ ସଂଘାତ ସଂଘର୍ଷ
କେତେପୁଣି ଆପଣାର ଆବେଗ
ଏବେ ଏଠି ଅଣାୟତ୍ତ ଅସ୍ତିତ୍ଵ।।
ଦିଗବଳୟର ଆସନ୍ନ ସନ୍ଧ୍ୟା ଡାକୁଥାଏ ଆସ
ସୂର୍ଯ୍ୟାସ୍ତରେ ବୁଲିବାକୁ ସମୁଦ୍ର ପର୍ଯ୍ୟନ୍ତ
ଆସନ୍ତା କାଲିର ସିନ୍ଦୂରା ଫାଟୁଥାଏ
ଗାଇ ଗାଇ ନୂଆ ସକାଳର ଗୀତ ।।