STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଶୁଖିଲା ପତ୍ରର କାହାଣୀ

ଶୁଖିଲା ପତ୍ରର କାହାଣୀ

1 min
286


ଅଙ୍କୁରୋଦଗମ୍

ମାଟି ଗର୍ଭେ 

ଗହମ ନିଦରେ ଦେଖୁଥିଲା

ଅକଳନ ସ୍ୱପ୍ନ

ମାଟି ଫଟାଇ

ହସିଲା ସେ ଦୁଇ ପତ୍ର ମେଲି

ବିଶାଳ ସଂସାର ଦେଖି ଆତ୍ମ ବିଭୋର

ଉଚ୍ଚାଟ ପଣ ତାକୁ ମନ୍ତ୍ର ମୁଗ୍ଧ କଲା

ହେବା, ବଢି଼ବା ସମ୍ମୋହନ ଶକ୍ତି 

ତାକୁ ବଡ ହେବାକୁ ଉସ୍କେଇଲା।


ଚାରି ଛଅ ଆଠ 

ଗଛ ଭର୍ତ୍ତି

ଶାଗୁଆ ଛନ ଛନ ପତ୍ର

ଆକାଶକୁ ଛୁଇଁବା ନିଶାରେ

ହୁ ହୁ ହୋଇ ବଢ଼ିଗଲା

ପୂର୍ଣ୍ଣିମା ଚାନ୍ଦ ପରି

ଏବେ ନବ ଯୌବନା

ଫୁଲରେ ଭର୍ତ୍ତି ଦେହ

ପ୍ରଜାପତି ମୋହରେ ଆନମନା 

ଭ୍ରମରକୁ ଇସାରା ଦେଇ

ମଧୁ ଶୋଷିବାକୁ

ଆମନ୍ତ୍ରଣ କଲା 

ଭାରରେ ଏବେ ଗଛ

ନଇଁ ପଡୁଥିଲା 

ପେନ୍ଥା ପେନ୍ଥା ଫୁଲ ଫଳ

ଗହ ଗହ ଗଛ ମୂଳ

ଖୁସିର ଫୁଆର ଛୁଟେଇ

ଜୀବନକୁ ଭୋଗ କରୁଥିଲା।


ପ୍ରଜାପତି, ଭ୍ରମର ସହ

ଖେଳି ଖେଳି ଅବଶ ଦେହ ମନ

ଥକିଲା ପାଦ ଥରିଲା ହାତ

ବୟସ ଆୟୁଷରେ ଝୁଣା ମରୁଥିଲା

ବେହୋସ୍ ବର୍ତ୍ତମାନ

ସୂର୍ଯ୍ୟ ଢଳୁଥିଲେ ପଶ୍ଚିମକୁ

ଶାଗୁଆ ପତ୍ର ହଳଦିଆ ରଙ୍ଗକୁ

ଦେହେ ମାଖୁଥିଲା।


ହୃଷ୍ଟପୃଷ୍ଟ ଗଛଟି ଦେହରୁ

ବକଳ ଛାଡିବା ଆରମ୍ଭ କଲା

ଶାଗୁଆ ରଙ୍ଗ ଛାଡି ହଳଦିଆ ରଙ୍ଗକୁ 

ନିଜର କଲା

ଏବେ ଅନ୍ଧାରେ ଅଣ୍ଡାଳି

ହଳଦିଆ ହେବାକୁ ବାଧ୍ୟ ହେଲା।


ଝଡ଼ିବାର ଭୟ

ଦେହ ଦେଉଳରେ ଶେଷ ଘଣ୍ଟି

ବାଜିବାର ବେଳ

ସବୁ ଅର୍ଜିତ ସମ୍ପର୍କ ଧନ ସମ୍ପଦ

ପିଠି କରି ଯିବାର ସମୟ ଉଦ୍ଘୋଷଣା

ମାଟି ଫଟାଇ

ଦୁଇ ପତ୍ର ଅଙ୍କୁରୋଦଗମ୍

ସେଇ ବିରାଟ ବୃକ୍ଷର ଶାଗୁଆ ପତ୍ର

ଶୁଖିଲା

ଝଡି ପଡିବ

ମାଟିରୁ ସୃଷ୍ଟ

ପୁଣି ଶେଷେ ମାଟି ଦେହେ ମାଟି ହୋଇବ।


Rate this content
Log in

Similar oriya poem from Tragedy