STORYMIRROR

Prafulla Chandra Mishra

Abstract Tragedy

4  

Prafulla Chandra Mishra

Abstract Tragedy

ବାତ୍ୟା

ବାତ୍ୟା

1 min
364


ଜଳ, ବାୟୁ, ଅଗ୍ନି ଅସନ୍ତୁଳିତ ରେ ପ୍ରଭାବ ସୃଜେ ସମୁଦ୍ରେ

ଜୁଆର ଉଠଇ ଭୟାନ୍ନକ ସାଜି ଘୋର ଝଡ଼ ବାତ୍ୟା ରୂପେ

ଧୀରେ ଧୀରେ ଜଳୁ ବଳ ବପୁ ନେଇ

ଭୁଭାଗେ ପ୍ରଖରେ ହୁଅଇ ଧାବିତ ପ୍ରାକୃତିକ ଲିଳା ରଚେ ।।


ବରଷା,ପବନ ସହଚର ତା’ର ଚକ୍ଷୁ ତା ଘୂର୍ଣ୍ଣନମାନ

ଇତସ୍ତତଃ ହୋଇ ଅସ୍ଥିର ଗମନ ଚଳଚଞ୍ଚଳ ତା ମନ

ଶ୍ରୀହୀନ କ୍ଷଣକେ କରିଦେଇ ପାରେ

ଉଡାଏ,ବୁଡାଇ ତା କବଳରୁ ବର୍ତ୍ତି ନପାରେ ବି ମହାଦ୍ରୁମ ।।


ତାହାର ପ୍ରଭାବେ ଉଜୁଡି ଯାଉଛି ଅନେକ ଘର ସଂସାର

ବାତ୍ୟା ଏ ମାନବ ସମାଜ ର ଶତ୍ରୁ କରିଥାଏ ନାରଖାର

ମାଡି ଆସେ କ୍ଷଣେ ସମୁଦ୍ର ଜୁଆର

ଗତି ପଥେ ଯାହା ପଡଇ ସମ୍ମୁଖେ କରେ ସବୁ ଏକାକାର ।।


ବାତ୍ୟା ପରେ ପରେ ବନ୍ୟା ଉପଗତ ଅବା ସେ ତାର ସାରଥୀ

ଭଷାଇ ନିଅଇ ଅବଶେଷ ଯାହା ରହି ଯାଇଥାଏ ବାକି

ସେ ଏକ କରାଳ କାଳ ୟେ ସଂସାରେ

ଭୀମ ଭୟଙ୍କର ଭୈରବ ସମାନ ସେ ଗୋଟେ ରାକ୍ଷସ ମୁର୍ତ୍ତି ।।


କେତେ ଜୀବ ଜନ୍ତୁ ଧନ ଜୀବନକୁ ଧରାସାୟୀ ବାତ୍ୟା କରେ 

ରାକ୍ଷସ ଯେମିତି ବିକଟାଳ ରୂପେ ନୃତ୍ୟେ ରୁଷି ଯଜ୍ଞ ସ୍ଥଳେ

ତହୁଁ ବଳି ଝଡବାତ୍ୟା ତା “କରାଳ-

ଛାୟାରେ” ସଂସାର ମୁହୁର୍ତ୍ତ କ ମଧ୍ୟେ ଅଚିରେ ନିଃଶେଷ କରେ ।।


ପ୍ରାକୃତିକ ବିପର୍ଯ୍ୟୟେ ମୋ ଉତ୍କଳ ବର୍ଷ ପରେ ବର୍ଷ ଧରି

ଭୋଗୁଛି ଅନେକ ଅସହ୍ୟ ଯନ୍ତ୍ରଣା କେଉଁ ଭାଷା ଦେବ କବି

ମାନବ ଜାତିର ପ୍ରାକୃତିକ ଶତ୍ରୁ ଇଏ

ଧନ୍ୟ ହେ ଈଶ୍ଵର କାହାକୁ କହିବି ୟେ ଖେଳାଲିଳା ତ ତୁମରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract