ଆସ ନବବର୍ଷ
ଆସ ନବବର୍ଷ
ସବୁ ବିଫଳତାର ବିଧ୍ୱସ୍ତ
ବୁଭୁକ୍ଷୁ ପୃଥିବୀ ଚାରିଆଡ଼େ
ଖାଲି ହାହାକାର ଶୂନ୍ୟତାରୁ
ଶୂନ୍ୟତାକୁ ମହାଶୂନ୍ୟ ନଶ୍ୱର ।।
ଅବ୍ୟକ୍ତ ଭାଷାର ଭୟାବହତା
ଯନ୍ତ୍ରଣାରେ ଜଳେ ଜୀବନ ଧାରା
ଏଠି ନିରାଶାର ଦୀର୍ଘଶ୍ୱାସ
ଦରଦୀ ପ୍ରାଣର ପୀଡାରେ କମ୍ପନ
ଇତି କଥା ପୁଣି ଏହି ଇଶାରା ।।
ପୃଥିବୀ ଫାଟୁଛି କରୋନା ମାଡୁଚି
ଧ୍ୱଂସ ହେଉଛି ପାରିବା ପଣ
ବିଫଳ ହୋଇଛି ଧରା, ମଣିଷ ଧରିଛି
ମାରଣାସ୍ତ୍ର ଯାହା ମରିଛି ପ୍ରେମର
ପରିଭାଷା ସବୁ ହାତ ପାହାନ୍ତାରୁ
ଖସିଯାଏ ଘଟ ବଞ୍ଚିବାର ଇଛା
ପୁଲକିତ ପ୍ରାପ୍ତି ଏଠାରେ ସବୁ
ଛାତି ଚିରି ଖାଲି ବିଦାରି ଦେଉଛି
ବିବର୍ଣ୍ଣ ଧରା ବିଫଳ ହୋଇଛି ପୃଥିବୀ
ଅସହାୟ ଏଇ ଜୀବନ ଧାରା ।।
ବିଫଳତାର ଏଇ ଅନ୍ଧ ଅର୍ଗଳିରୁ
ସଫଳତା ପାଇଁ ଧାଁ ଦୌଡରେ
ଆସ ବାଣ୍ଟିବାକୁ ଚେନାଏ ହସ
ନଥିବ କ୍ଲେଶର କ୍ଳୀଷ୍ଟ ଉପପାଦ୍ୟ
ନବବର୍ଷ ତୁମେ ଢାଳିଦିଅ
ଆସି ତୁମ ପ୍ରେମ ପରଶ।।