ସନ୍ଦେହ
ସନ୍ଦେହ
ଯେତେ ସଂତର୍ପଣରେ
ସାଇତିବାକୁ ଚେଷ୍ଟା କରିଛି
ସେତେଥର ହାତପାପୁଲିରୁ
ଖସିଯାଇଛି ସବୁକିଛି ସମ୍ପର୍କର
ଲମ୍ବା ତରାଜୁରେ କେବେବି
ମାପି ପାରିନି ତୁମର ଅସ୍ଥିତ୍ଵ।।
ଖୁବ୍ ତାଛଲ୍ୟ ଓ ଅଭିମାନରେ
ଶୋଇରହି ମନମାରି ଯିଇଛି ନିରବରେ
ସ୍ବାର୍ଥରେ ସ୍ବାର୍ଥରେ ଅନ୍ଧ ପାଲଟିଥିବା
ସମୟ ଭୁଲିଯିବାର ମନ୍ତ୍ରରେ
ଅଭିମନ୍ତ୍ରିତ ସମସ୍ତେ ସେଥିରୁ
ବାଦ୍ ପଡିନ ତୁମେ ।।
ହାଏ,
ଏକି ତତଲା ଦୀର୍ଘଶ୍ବାସ
ଏମିତି କାହିଁକି ଏକ ଭିନ୍ନ ଗଣତନ୍ତ୍ର
ଅଜାଡି ଦେଉଥିବା ଆପଣାପଣରେ
ଯେତେସବୁ ଉଜୁଡ଼ା ହସ୍ତାକ୍ଷର
ବିଶ୍ବାସଟା ଫଟାକାନ୍ଥର ଚିତିସାପ ବସା
ପାରିଲା ପଣରେ ହାରିଯାଏ ଅନେକ ଆଯୂଷ ।।
ଏବେ ଏଠି,
ଭାଙ୍ଗି ପଡୁଥିବା ନିରୋଳାପଣରେ
ଯେତେସବୁ ସମ୍ପର୍କର ଫୁଲ
ସଞ୍ଜ ଆଳତିରେ ଶୁଭମନାସୀ
ଏକ ଆଶ୍ବସ୍ତି ରେ ଭାବେ ନିଶ୍ଚୟ
ସବୁକିଛି ଠିକ୍ ହୋଇଯିବ
ଯେତେସବୁ ହୀନ ମନ୍ୟତା ।।
ହେଲେ, ଘନେଇ ଆସୁଥିବା
ମେଘୁଆ ଆକାଶ ଭିତରେ
ଦିପ୍ରହର ଲୁଚିଯାଏ ଦିଗବଳୟର
କଡେକଡେ ମୂହୁର୍ତ୍ତର ବାଳସୂର୍ଯ
ବୁଢାହୋଇ ସାରିଥାଏ କେବେଠୁ,
ପୁଣି ଅନ୍ଧାର ଭିତରେ ଆରମ୍ଭ
ହୋଇଯାଏ ଆଉ ଏକ
ସାପ,ସିଢିର କାଳରାତ୍ରୀ।।