STORYMIRROR

Nrusingha Rout

Tragedy Fantasy

3  

Nrusingha Rout

Tragedy Fantasy

ସନ୍ଦେହ

ସନ୍ଦେହ

1 min
256


ଯେତେ ସଂତର୍ପଣରେ

ସାଇତିବାକୁ ଚେଷ୍ଟା କରିଛି 

ସେତେଥର ହାତପାପୁଲିରୁ 

ଖସିଯାଇଛି ସବୁକିଛି ସମ୍ପର୍କର

ଲମ୍ବା ତରାଜୁରେ କେବେବି 

ମାପି ପାରିନି ତୁମର ଅସ୍ଥିତ୍ଵ।।


ଖୁବ୍ ତାଛଲ୍ୟ ଓ ଅଭିମାନରେ

ଶୋଇରହି ମନମାରି ଯିଇଛି ନିରବରେ 

ସ୍ବାର୍ଥରେ ସ୍ବାର୍ଥରେ ଅନ୍ଧ ପାଲଟିଥିବା 

ସମୟ ଭୁଲିଯିବାର ମନ୍ତ୍ରରେ 

ଅଭିମନ୍ତ୍ରିତ ସମସ୍ତେ ସେଥିରୁ 

ବାଦ୍ ପଡିନ ତୁମେ ।।


ହାଏ,

ଏକି ତତଲା ଦୀର୍ଘଶ୍ବାସ 

ଏମିତି କାହିଁକି ଏକ ଭିନ୍ନ ଗଣତନ୍ତ୍ର 

ଅଜାଡି ଦେଉଥିବା ଆପଣାପଣରେ

ଯେତେସବୁ ଉଜୁଡ଼ା ହସ୍ତାକ୍ଷର 

ବିଶ୍ବାସଟା ଫଟାକାନ୍ଥର ଚିତିସାପ ବସା 

ପାରିଲା ପଣରେ ହାରିଯାଏ ଅନେକ ଆଯୂଷ ।।


ଏବେ ଏଠି,

ଭାଙ୍ଗି ପଡୁଥିବା ନିରୋଳାପଣରେ 

ଯେତେସବୁ ସମ୍ପର୍କର ଫୁଲ 

ସଞ୍ଜ ଆଳତିରେ ଶୁଭମନାସୀ 

ଏକ ଆଶ୍ବସ୍ତି ରେ ଭାବେ ନିଶ୍ଚୟ 

ସବୁକିଛି ଠିକ୍ ହୋଇଯିବ 

ଯେତେସବୁ ହୀନ ମନ୍ୟତା ।।


ହେଲେ, ଘନେଇ ଆସୁଥିବା 

ମେଘୁଆ ଆକାଶ ଭିତରେ 

ଦିପ୍ରହର ଲୁଚିଯାଏ ଦିଗବଳୟର 

କଡେକଡେ ମୂହୁର୍ତ୍ତର ବାଳସୂର୍ଯ 

ବୁଢାହୋଇ ସାରିଥାଏ କେବେଠୁ,

ପୁଣି ଅନ୍ଧାର ଭିତରେ ଆରମ୍ଭ 

ହୋଇଯାଏ ଆଉ ଏକ 

ସାପ,ସିଢିର କାଳରାତ୍ରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy