STORYMIRROR

Nrusingha Rout

Others

3  

Nrusingha Rout

Others

ଯାତନା

ଯାତନା

1 min
246


ଯେବେକେବେ,

ମୁହୂର୍ତ୍ତକୁ ମାଗିଛି ମଦିରା 

ଧରାଇ ଦେଇଛି ଯନ୍ତ୍ରଣାରେ

ଛଟପଟ ହେଉଥିବା ସ୍ୱପ୍ନ

ଆଶାର ଅବ୍ୟକ୍ତ ଭାଷା ଅସଜଡା 

ପରି ଗୁଡେଇ ହୋଇଛି 

ମନ ମିଜାଜରେ ମାଙ୍କଡ଼ସାର

ଛାତିରେ ଉଠିଛି ସ୍ପନ୍ଦନ,,,,,।।


ସମୟର ଅଙ୍କ କଷି

ଆଗେଇ ଯାଇଛି ଅନେକ 

ଆତ୍ମୀୟତା କେବେହେଲେ 

ଆପଣାର କରିନି ବୁଝିବାକୁ

ମୋ କଥା ବେଳ ଅବେଳରେ,,,,,।।


ଫେରିବା ବାଟରେ ପାହାଡକୁ 

ପଚାରିଛି ପ୍ରଶ୍ନ ଯେତେସବୁ

ଆସ୍ଫାଳନ କ'ଣପାଇଁ ଅନ୍ୟମନସ୍କରେ ,

ବସନ୍ତର ବରାଦରେ ବଳିଆର ହେଇନି 

ଆବେଗର ଆତ୍ମଚିନ୍ତନ କି ତୁମର ଆଙ୍ଗନ,,,,।।


ପାଛୋଟି ନେଇ କରିନି ପ୍ରତିଜ୍ଞା,

ଆଙ୍କି ନାହିଁ ପ୍ରୀତିର ଚୁମ୍ବନ 

କଥାଦେଇ ଭୁଲିବାରେ

ଦେଖେ ଆଜି ଜହ୍ନରାତି

କେତେଯେ ଦହନ,,,,,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍