STORYMIRROR

Nrusingha Rout

Romance

2  

Nrusingha Rout

Romance

ଦେଖାହେଲେ କହିବି ସେ କଥା

ଦେଖାହେଲେ କହିବି ସେ କଥା

1 min
120

ଦେଖାହେଲେ ,,,,,,,,

କହିବି ସେ କଥା,

ଏକଥା ସେକଥା ନୁହେଁ,

ଯେଉଁକଥା ଏମିତି ସେମିତି 

ଯେମିତି ହେଲେବି 

ବୂଝିହେବ,,,,,।


ଏକଥା ସେକଥା ନୁହେଁ,

ଯାହା ଏପରି ସେପରି 

ଯେପରି ହେଲେବି କହିହେବ,,,,,।


ଏ କଥା ନୁହେଁ ,

ଘାସଫୁଲ, ପତରର,

ଫୁଲ ଆଉ ଫଗୁଣର 

ନୁହେଁ ସେ ବାର୍ଦ୍ଧକ୍ୟ କି

ଆଦ୍ୟ ଯୌବନର,

ଭଲମନ୍ଦ ହସକାନ୍ଦ

ସୁଖ କି ଦୁଃଖର ,,,,,,,,,,,,,।


ଏହା ଏକ ଆପେକ୍ଷିକ 

ଆହ୍ନିକ ଆବେଗ, 

ଶୀତରାତ୍ରୀ ପରି ଛୁଇଁଯାଏ 

ଛାତିର ସ୍ପନ୍ଦନ,

ଏକ ଅମାନିଆ 

ଅପରିପକ୍ବ ଅସ୍ତବ୍ୟସ୍ତ 

କରୁଥିବା ନିରୁଦ୍ଦିଷ୍ଟ ନିର୍ବାଣ,,,,,,,, ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance