STORYMIRROR

Nrusingha Rout

Tragedy

3  

Nrusingha Rout

Tragedy

ନିର୍ବାକ

ନିର୍ବାକ

1 min
189


ସହରଟା ଶୋଇଗଲା ପରେ 

ମୋ ମନରେ ଚେଇଁଉଠେ

ଚେତନାର ଆଭା ପ୍ରଶ୍ନ କରେ 

ଏଠି କାହିଁ ଏତେ ସବୁ ନିରବତା

ଧୀରେ ଧୀରେ ଫିକାପଡି ଆସୁଥିବା 

ଜହ୍ନରୁ ଯୌବନ ଆକାଶ ଛାତିରେ,,,।।


ଚୁପ୍ ଚାପ୍ ଶୋଇଥାଏ ପୃଥିବୀଟା 

ଫୁଙ୍ଗୁଳା ଦେହରେ ସପନର ଢେଉ ଭଙ୍ଗା 

ଛାଇନିଦ୍ରାରେ ଆସୁଥିବା ଅସରନ୍ତି ଆଶାର 

ଆଷାଢ ଝଡଆସି ଫେରିଗଲା ପରେ,,,,।।


ଯନ୍ତ୍ରଣାକୁ ଯାହା ଖାଲି ବେଖାତିର କରି 

ଯିଇଥାଏ ଇଚ୍ଛା ଆଗେଇ ଚାଲିଥିବା 

ଆବେଗର ଅସରନ୍ତି ଭସା ବାଦଲରେ,,,।।


ଟିପ୍ ଟିପ୍ ହୋଇ ଖସିପଡେ 

ଲୁହ ପଚାରେ କେତେକଥା

ଏମିତି ଆଉ କେତେଦିନ

ବଞ୍ଚିବାକୁ ହେବ, ବୋହିବାକୁ ହେବ

କର୍ତ୍ତବ୍ୟର ବୋଝ ବିନା ପ୍ରତିବାଦରେ 

ଭରିନଥିବା କ୍ଷତଚିହ୍ନ ଅସ୍ପଷ୍ଟ ଯନ୍ତ୍ରଣାରେ,,,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy