STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମା'ର ସ୍ୱାଭିମାନ

ମା'ର ସ୍ୱାଭିମାନ

1 min
233


ଛୋଟ ମୋ' ଗାଁ ପାଣ୍ଠଶେଷେ

ଆଦିଗନ୍ତ ସବୁଜ ଧାନକ୍ଷେତ ହସେ

ଲହଲହକା ବଙ୍କା ଧାନକେଣ୍ଡା 

ପବନ କାନରେ କରନ୍ତି ବାକବିତଣ୍ଡା 

ଝୁଲରେ ଧାନଗଛ ଝୁଲରେ

ହିଡ଼ ଧାରେ ଗାରେ ବୁଲରେ ।


ମୋତେ ଲାଗେ

ସବୁଜ ସମୂଲପୁରୀ ପାଟ ପିନ୍ଧି

ମାଟି ମା' ହସୁଛି 

କପାଳେ ନାଇ କାକର ବିନ୍ଦି

ଦାନ୍ତ କିଛି ଦିଶୁଛି 

ଗହଳ ବହଳ ଧାନ କିଆରୀ

ଗାଉଛି ଗୀତ ମାରି ଶୁଶୁରୀ ।


ନିର୍ମଳ ଆକାଶ କୋଳେ ଖେଳେ

ଧଳା ଧଳା ଭସା ମେଘ

ଧୋଵ ଫରଫର ବଗ ଦଳେ 

ଦିଗବଳୟ ମୁଁହା ବେଗ

ଘାସ କାଟୁଛନ୍ତି କେତେ ମହିଳା

ବନିଶିରେ ମାଛ ଶିକାର 

କେରାଣ୍ଡି ଗୁନ୍ଥି ଧରିବେ ଶେଭଳ ଭେଳା ।


ମୋତେ ଲାଗେ 

ଅନ୍ନଦାତା ସିନା ମାଟି କାଦୁଅରେ

ଚଷିଲା ରୋପିଲା ଧାନ

ତାର କଷ୍ଟ ଦେଖି ଆକାଶଟା

ଝରେଇ ଦେଲା ରିମ୍ ଝିମ୍ ସ୍ଵନ

ସେହି ମାଟିର ମଣିଷ ଚଷା ପୁଅ

ଆଜି କାହିଁକି ଗରିବ କୁହ ?


କହୁଛ ସେ ଦେଶର ଅନ୍ନଦାତା

ତା' ପିଲା ଝିଲା ମାନେ

 ଅର୍ଥାଭାବରୁ ଉଚ୍ଚଶିକ୍ଷା ବଞ୍ଚିତା 

ଅଧା ଲଙ୍ଗଳା ପୁଙ୍ଗୁଳା ଦେହରେ

ପଞ୍ଜରା ଗଣିଯାଏ

ଶିରାଳ ଦୁର୍ବଳ ଶରୀର ଭିତରେ

କେତେ ଯେ ବେଦନା କଡ଼ ଲେଉଟୁ ଥାଏ

ତାକୁ ନିର୍ଦ୍ଦନ ନିଷ୍ପେଷିତ କରିଲା କିଏ ?


ମନେରଖ

ଭୋଟଦାତା ବି ସିଏ

ଭୋଟ ର ଭିକାରୀ ଭଗାରୀ ହାତରେ

ମାଟି ମା' ର ଲୁଣ୍ଠନକାରୀ ହାତରେ

କେବେ ବି ଟେକି ଦେବନି

ଜୟ କିଷାନ ର ସ୍ଵାଭିମାନ ସତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy