STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ମତେ ହଜାଇ ଦିଅନା!!

ମତେ ହଜାଇ ଦିଅନା!!

1 min
409


ଜୀବନ ର ଦୀର୍ଘ ପଥପରେ

ଅତିକ୍ରାନ୍ତ କରି ଯୌବନ ର ସୋପାନ

ଉପନୀତ ଆଜି ବୟସର ଅପରାହ୍ଣ ବେଳେ 

ଫିକା ଫିକା ଦିଶେ ସବୁକିଛି

ସକାଳ ସନ୍ଧ୍ୟା ଅବା ଉଦୁଉଦିଆ ଖରାବେଳେ,

ଲାଗେ ସବୁ ସମାନ

ନାହିଁ ଆଜି ଉତ୍ସବ ର ଉଦ୍ଦୀପନା

ଅବା କେଉଁ ସ୍ୱପ୍ନ ଅନାବନା

ଦାରିଦ୍ର୍ୟ ର କଷlଘାତ ର ଜ୍ୱାଳା

ସିଝାଇଛି ଛୋଟ ଛୋଟ ଇଚ୍ଛା

ମୁଠା ମୁଠା ସ୍ୱପ୍ନ ଝରିଯାଏ

ବାଲୁକା ସମ ହସ୍ତର ମୁଠିରୁ

ଯେହେତୁ କଷ୍ଟର ତାଡ଼ନା ରେ

ମୁଠି ମୋର ଅଭାବୀ ଦୁର୍ବଳ 

ଆଲୋକର ଉତ୍ସବ ର ରଙ୍ଗୀନ

ହୁତୁ ହୁତୁ ହୋଇ ଜଳୁଥିବା ବାରୁଦ ନିଆଁ

କରୁନାହିଁ ମତେ ଆଜି ପ୍ରତିକ୍ଷୀତ

ସେ ଅପେକ୍ଷିତ ମୁହୂର୍ତ୍ତର

ସତେକି ମୁଁ ଏକ ଜ୍ୱଳନ୍ତ ଦୀପ

ଦେଖାଇ ଚାଲୁଛି ପଥ ଦୁନିଆକୁ

କରି ଚାଲିଛି ଦେଶର ବିକାଶ

ସ୍ଥାନ ଦେଇଛି ପୃଥିବୀ ର ଉଚ୍ଚ ମଣ୍ଡପ ରେ

କିନ୍ତୁ କାହିଁ ମୋର ସ୍ଥିତି!

ହସି ଦେଇ ହଁ ମରିବା ସତେକି

ପାଲଟିଛି ଏକ ଚିରାଚରିତ ଅଭ୍ୟାସ

କିନ୍ତୁ ଦୀପ ତଳତ ସବୁବେଳେ ଅନ୍ଧାର

ହୃଦୟ ରେ ଜଳୁଛି ନିଆଁ

ଜୀବନ ଆକାଶେ ଉଠୁଛି ଧୂଆଁ

ତଥାପି ପଡ଼ି ଉଠି ଚାଲେ ମୁହିଁ କରିବାକୁ

ଉତ୍ସବ ପାଳନ, ଯେହେତୁ ଗତାନୁଗତିକ

ଧାରାରେ ଆବଦ୍ଧ ମୋ ଦୁନିଆ

ବର୍ଷ ପରେ ବର୍ଷ ଯାଏ ବିତି

ଦଳ ର ରାଜନୀତି ରେ ସତେକି

ମୁଁ ଏକ ବାଟ ଭୁଲା ସାଥୀ

ସରକାରୀ କଳର ଖେଳରେ

ମୁଁ ପାଲଟିଛି ଏକ ସତରଞ୍ଜ ର ଦାନା

ହଁ ମୁଁ ତ ଏକ ସାଧାରଣ ପ୍ରଜା 

ହେ, ଦୁନିଆ ମତେ ଟିକେ ଅନା

ଅମାବାସ୍ୟା ର ଅମା ଅନ୍ଧକାରେ ମତେ

ହଜାଇ ଦିଅନା ll



Rate this content
Log in

Similar oriya poem from Abstract