STORYMIRROR

Aparajita Sarangi

Abstract Classics Others

4  

Aparajita Sarangi

Abstract Classics Others

ମତ୍ସ୍ୟ ଅବତାର

ମତ୍ସ୍ୟ ଅବତାର

1 min
39

ଜାଣେନା କାହିଁକି ଲାଗେ

ଆଜି ଏତେ ଅସ୍ଥିର

କାହିଁ କେଉଁ ପୁରୁଣା

ଅସିଆ କାଳର ମସିଆ

ଚରିତ୍ରସବୁ ନୃତ୍ୟରତ

ମୋ ମନର ଅପହଞ୍ଚ ଇଲାକାରେ

ରହି ରହି ଶୁଭେ

ନିଷ୍ଠୁର ନିୟତିର କ୍ରୂର ଅଟ୍ଟହାସ୍ୟ

ସତେକି ଗିଳିଯିବ ସମଗ୍ର ଦିଗବଳୟ କୁ

ଏମୁଣ୍ଡ ରୁ ସେମୁଣ୍ଡ ଯାଏଁ

ଦେଖିବନି ହୋଇଛି ଅବା ସୂର୍ଯ୍ୟୋଦୟ କି ସୂର୍ଯ୍ୟାସ୍ତ

କୁମେରୁ ରୁ ସୁମେରୁ ଯାଏଁ

ଗ୍ରାସିଯିବ ଘମାଘୋଟ ଅନ୍ଧକାର

ଦିଶୁଥିବ ଚତୁର୍ଦ୍ଦିଗ ଜଳାର୍ଣ୍ଣବ

ହୋଇଯିବ କି ମାଳିକା ବାଣୀ ସତ୍ୟ

ରହିଯିବ ସମୟ ର ଚକ

ଘଣ୍ଟା କଣ୍ଟା ଅଟକିଯିବ

ସମୟ ଟା ଲାଗିବ ସ୍ଥିର ନିଶ୍ଚିତ

ଯଦିଓ କାଳଟା ଯେ ପାଇଛି ବର

ସର୍ବଦା ଅଜର ଆଉ ଅମର

କାଳର ପାହାଚ ଡେଇଁ

ଓହ୍ଲାଇ ଆସିବେ ସ୍ୱୟଂ ନାରାୟଣ

ନେବେ ପୁଣି ମତ୍ସ୍ୟ ଅବତାର

ହେବ ପୁଣି ସ୍ଥିର ସମୟ ଅସ୍ଥିର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract