ପରିବର୍ତ୍ତନ
ପରିବର୍ତ୍ତନ
ଜୀବନ ହେବନି ଶେଷ
ଗୋଟିଏ ଫଗୁଣରେ ।
ଫୁଲ ଫୁଟି ଜୀବନି ମଉଳି
ଗୋଟିଏ ବସନ୍ତରେ ।
ସବୁ ଋତୁ ଯିବେ ବଦଳି
ମୌସୁମୀ ଗଲାଣି ହଜି ।
ଖୋଜିଲେ ମିଳୁନି
ଲାଲ ଟୁକୁ ଟୁକୁ ସାଧବ ବୋହୁ ।
ଉଦିତ ସୁରୁଜ
ଅପରାହ୍ନରେ ଅସ୍ତଗାମୀ
ସବୁକିଛି ଯାଉଛି ବଦଳି ।
ପରିବର୍ତ୍ତନ ହେଉଛି
ପ୍ରକୃତିର ନିୟମ
ସମୟ ଚାଲିଛି ତାହାର ପଥେ ।
କାଲି ଯାହା ଥିଲା ଆଜି ନାହିଁ
ଆଜି ଯାହା ଅଛି
ନଥିବ ଆସନ୍ତା କାଲି ।
ସମୟର ସାଥେ ସାଥେ
ବଦଳୁଛି ଜୀବନ ଚକ୍ର
ଆଜି ଶୈଶବ ତ କାଲି ବାର୍ଦ୍ଧକ୍ୟ ।
ଦିନ ବାର ଋତୁ ରୁପ ରଙ୍ଗ
ଭାଷା ଆଶା ଆଭିଳାଶା
କଥା ବ୍ୟଥା ଚିନ୍ତା ଅନୁଚିନ୍ତା ।
ସବୁ ପରିବର୍ତ୍ତନ କୁ
ଆମେ ନେଉଛୁ ମାନି ।
ଆସୁଥିବା ଅନ୍ଧକାର
ଯିବ ଅପସରି
ପୂର୍ଣ୍ଣମୀର ତୋଫା ଜହ୍ନରେ
ଆଲୋକିତ ହେବ ଧରଣୀ ।
ପରିବର୍ତ୍ତନକୁ ନକରି ଦ୍ୱିଧା
ଚାଲ ନେବା ଆପଣାଇ ।
