STORYMIRROR

Hemanta Patra

Inspirational

3  

Hemanta Patra

Inspirational

ପ୍ରକୃତି ହସୁଛି

ପ୍ରକୃତି ହସୁଛି

1 min
40

ମଣିଷ କାନ୍ଦୁଛି 

 ପ୍ରକୃତି ହସୁଛି 

ମଣିଷ ହାଟରେ ଶୁଭୁଛି

କାଉ କୋଇଲିର ସ୍ୱନ

ବିଶ୍ୱ ଅଗଣାରେ

ବିଛାଡି ହୋଇପଡିଛି

ସୁରୁଜର ଶୀତଳ କିରଣ ।।


ନାହିଁ ମଣିଷର ଶୋର ଶବ୍ଦ

ଗଡୁନି ଗାଡି ଘୋଡା

ଚାଲୁନି କଳ କାରଖାନା

ନିର୍ଗତ ହେଉନି

ବିଷାକ୍ତ ଜହର ।।


ହରାଭରା ବୃକ୍ଷରାଜିରେ

ବଦଳି ଯାଇଛି

ପ୍ରକୃତିର ରଙ୍ଗ

ଉପରେ ନୀଳ ଆକାଶ

ତଳେ ସବୁଜ ଧରାର

ବିହଙ୍ଗମ ଦୃଶ୍ୟ ।।


କଳ କଳ ନାଦେ ବହି ଯାଉଛି

ନଦୀ ନାଳ ଝରଣା

କଳକାରଖାନାର ବର୍ଜ୍ୟବସ୍ତୁ

ଦେଉନି ବାଧା 

ବାୟୁମଣ୍ଡଳ ଆଜି ପ୍ରଦ୍ୟୁଷଣ ମୁକ୍ତ ।।


ରାସ୍ତା ଘାଟେ ବନ୍ୟ ପଶୁ

ଆନନ୍ଦ ମନେ 

କରୁଛନ୍ତି ବିଚରଣ

ପ୍ରକୃତି କହୁଛି ହେ ମଣିଷ

ସବୁ ଜାଣିଶୁଣି ତୁ ଅଜଣା ।।


ନିଜେ ସୃଷ୍ଟି କରିଛୁ

ବିଷ ବଳୟ

ସୃଷ୍ଟିର ନିୟମ ଧର୍ମକୁ

ବିଚାର ନକରି

ବିନାଶ ପଥେ ତୁ ପଥିକ ।।


ପ୍ରକୃତିର ଖାଦ୍ୟ ପାନୀୟ କୁ

ପରିତ୍ୟାଗ କରି

ଅଖାଦଦ୍ୟ କରୁଛୁ ସେବନ

ସବୁ ଧର୍ମକୁ କରି ହତାଦର

ସାଜିଛୁ ଭଷ୍ମାଶୁର ।।


ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବେ

ଗଢିଥିଲି ତୋତେ

ଜୀବନ ମୃତ୍ୟୁ ର ଦୋଛକିରେ

ତୁ ହୋଇଛୁ ଛିଡା ।।


ପ୍ରକୃତିର ଚକ୍ରବ୍ୟୁହ ମଧ୍ୟେ

ତୂ ହୋଇଛୁ ଆବଦ୍ଧ

ଏବେ ବି ଅଛି ସମୟ

ନିଜକୁ କର ପରିବର୍ତ୍ତନ

ମୁଁ ବୋଲି କରନି ଗର୍ବ ।।


ତମ ଉପରେ ଅଛି ଜଣେ

ବିଜ୍ଞାନ ନାଁରେ

ଅତିକ୍ରମ କରନି ସୀମା

ନହେଲେ ମହାବାତ୍ୟା ଫନି

ସୁନାମୀ କରୋନା ଭଳି

କେତେ ଦୁର୍ବିପାକ ଆସିବ ମାଡି ।।


ପ୍ରକୃତିର ଲିଳାକୁ

ଅବହେଳା ନକରି

ବେଳ ଥାଉଁ ଥାଉଁ

ଯାଆ ସୁଧୁରି

ନହେଲେ ଲୁହ ଢାଳିବାକୁ

ନଥିବେ କେହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational