STORYMIRROR

Krushna Chandra Dakua

Inspirational

3  

Krushna Chandra Dakua

Inspirational

ମୋ ବୋଉ

ମୋ ବୋଉ

1 min
193

ମା' ପରା ମୋର

ଅମୂଲ୍ୟ ସମ୍ପଦ

କି ଅବା ତୁଳନା କରିବି

ତା ମୂଲ

ସାହା ହୋଇଛି ସେ 

ସବୁ ବିପଦ ଆପଦେ

କରିଛି ସେ ମୋ 

ଦୁଃଖ କଷ୍ଟ କଷଣ

କେବେ ବି

ମୋ ମନେ ଦୁଃଖ

ଦେଖିବାକୁ ସେ ଚାହେଁନା

ପାଗଳାମି ହୋଇ 

ଦୁଷ୍ଟ ହେଲେ

ପକାଇ ଅନେକ ରାଣ

କହେ ମୁଁ ସେ ସବୁ

ଦେଖିବାକୁ ଚାହେଁନା

ମା' ପରା ମୋର 

ପ୍ରକୃତ ଶିକ୍ଷକ

ଶିଖାଇଛି 

ସଚୋଟ ପଣିଆ ନିତି

ସତ୍ୟ ବଚନକୁ 

ଆଦରି ନେବା ହିଁ

ମୋ ଜୀବନ ଗତିବିଧି

ଦିନେ ଅଜଣା ବାଟରେ

ଆଘାତ ପାଇଲି

ଜାଣି ପାରିଲିନି 

ମୁଁ କିଏ ବୋଲି

ମୋ ମା' କୋଳ 

ମୋତେ ଘୁମୁରି କାନ୍ଦିଲା

ପୁଅ ତୁ ମୋ 

ଜୀବନ ବୋଲି 

ବାର ଦିଅଁ ଦେବତା ଠାରେ 

ସେ ବ୍ୟାକୁଳ ହେଲା

ଇଏ ମୋ ପୁଅ କ'ଣ କଲା

ଆମ ପରିବାର ଲୋକଙ୍କ

ସତ୍ୟ ପରୀକ୍ଷା ନେଲା

ଯଦି ରଖିବାର ଅଛି 

ରଖ ହେ ଠାକୁରେ

ମୋ ପୁଅକୁ 

ମୋ ପାଖେ

ଦିଅ ଫେରାଇ

ମୋ ପୁଅ ବିନା

ତୁଚ୍ଛା ଏ ସମ୍ପତ୍ତି

ଅସମୟେ ମୋ ମୁହଁକୁ

କିଏ ଦେବ ଅନାଇ

ସୁନ୍ଦରତା ପରା 

ସେଇ ଘରେ ଥାଏ

ଯେଉଁଠି ଥାଏ

ସୁଖ ଶାନ୍ତି ସମୃଦ୍ଧି ପୁଣି

ବଞ୍ଚିବାର ରାହା 

ଅସମୟେ ଦୁଃଖ ଦେଖି

ଜଣେ ହେଲେ କରୁଥିବ ଆହା

ଆଜି ମୋର ଏତିକି ବିନତି

ରଖିବ ପ୍ରଭୁ ହେ

ମୋ ପରିବାରକୁ 

ସଦା ସର୍ବଦା ଖୁସିରେ

ହସ ହସ ମୁହେଁ 

ଝଲସି ଉଠାଉଥିବ

ସଦା ତୁମ ଆଶ୍ରିତରେ ।


Rate this content
Log in

Similar oriya poem from Inspirational