ମା'ର ମମତା
ମା'ର ମମତା
ଅନନ୍ତ ଆକାଶ ସମ ,ସେନେହ ଭରା ତା ଅନ୍ତର
ମା'ଟିଏ ସେ ତ , ମମତା ଯେ ତାର ଅମୂଲ ମୂଲ
ଖୁସିର ମୋତିରେ ଭରା ତାର ଛୋଟିଆ ପଣତ
ସେ ପଣତ ଛାଇ, ଆପଦ ବିପଦୁଁ କରେ ଉଦ୍ଧାର ।
ହାତ ତା' ଧରିଲେ , ମନେ ମୋ ଜାଗେ ଆତ୍ମ ବିଶ୍ବାସ
ବୁକୁ ଲହୁ, ଆଖି ଲୁହରେ ,ସିଞ୍ଚିଛି ସେ ଯେ ଜୀବନ ମୋର
ମା' ମୁଖେ ଦେଖି ହସ ଧାରେ, ଭୁଲିଯାଏ ମୁଁ ସାରା ସଂସାର
କାନିରେ ତା' ପୋଛି ଦିଏ ଯେବେ ସେ ସ୍ବେଦ ବାରି ମୋର
ଭୁଲିଯାଏ ଯେତେ ଶ୍ରମ, କ୍ଲାନ୍ତି, ପାଇ ତା ସ୍ନେହ ଆଦର ।
ମା' ମୋର ଯେ ଅଟେ ଆଶା, ବିଶ୍ବାସର ସୂତ୍ରଧାର
ପାଶେ ଥିଲେ ମା' , ଦୁଃଖ କଷ୍ଟ ମୋର ହୁଏ ଲାଘବ
ମାଁ ପରି କିଏ ହେବରେ , ପ୍ରେମର ସିଏ ଗଭୀର ସାଗର
ତା ସ୍ନେହ ,ପ୍ରେମ ପରଶ ପାଇ ସାର୍ଥକ ଜୀବନ ମୋର ।
