STORYMIRROR

Kalyani Nanda

Others

3  

Kalyani Nanda

Others

ଉତ୍ତପ୍ତ ଧରିତ୍ରୀ

ଉତ୍ତପ୍ତ ଧରିତ୍ରୀ

1 min
3

 ‌  ପ୍ରଚଣ୍ଡ ରୈ|ଦ୍ରତାପେ ଉତ୍ତପ୍ତ ଧରିତ୍ରୀ

  ………………………………

     ଶ୍ରୀମତୀ କଲ୍ୟାଣୀ ନନ୍ଦ, ସମ୍ବଲପୁର।


   

    

   

    ମୁଁ ବସୁନ୍ଧରା,

     ଆଜି ମୁଁ ହୋଇଛି ଦିଗହରା,

     ମୋ ସନ୍ତାନ ଆଜି ବାଟବଣା,

     ସ୍ବାର୍ଥ ,ଲୋଭର ଧରିଛି ହାତ,

     ଶ୍ରୀହୀନ କରିଛି ପ୍ରକୃତି କୋଳ,

     ଶୁଭୁନାହିଁ ମଧୁର କାକଳି ପକ୍ଷୀଙ୍କର,

     ଧୂମମୟ, ଧୂଳି ଭରା ଗଗନ,ପବନ,

     ଗଛ ବୃଚ୍ଛ କାଟି ହରାଇ ତା ସବୁଜିମା,

     ମାନବ ତୋଳୁଛି ସୁଉଚ୍ଚ ଭବ୍ୟ ଅଟ୍ଟାଳିକା,

     ଯହିଁ ମଳୟ ଆଜି ହୋଇଛି ବାଟବଣା,

     ନଦୀ ସ୍ରୋତ ରୋକି ମଣିଷ ବାନ୍ଧୁଛି ବନ୍ଧ,

     ଶୁଭୁନାହିଁ ଆଉ ତଟିନୀ ର କୁଳୁ କୁଳୁ ନାଦ,

     ଋତୁ ଆଗମନ ଲାଗଇ ସତେ କି ଛଳନା,

     ଗ୍ରୀଷ୍ମର ରୈ|ଦ୍ରତାପେ ଉତ୍ତପ୍ତ ମୋ କାୟା,

     ବର୍ଷା କେବେ ଦେଖାଏ ତା ରୈ|ଦ୍ର ରୂପ,

     ପୁଣି କେବେ କେବେ ଭୁଲିଯାଏ ତା ପଥ,

     ତା ପରଶ ବିନା ଶୁଷ୍କ ହୁଏ କାୟା ମୋର ,

     ଶୀତ ବି ହରାଇଛି ତା ହେମାଳ ପରଶ,

     ଭିଜୁନାହି କାକର ରେ ସବୁଜ ଦୁର୍ବାଦଳ,

     ମୋ ସନ୍ତାନ ଆଜି ମୋତେ କରିଛି ଶ୍ରୀହୀନ,

     ମୋ ଅଗଣା ଆଜି ହୋଇଛି ଛାୟା ହୀନ,

     ପ୍ରଚଣ୍ଡ ରୈ|ଦ୍ରତାପେ ଆଜି ମୁଁ ଯେ ଦଗ୍ଧୀଭୂତ,

     ହେ ମାନବ, ଦେଖ ଥରେ ମୋ ଶ୍ରୀହୀନ ରୂପ,

     ବୃକ୍ଷ ହିଁ ଜୀବନ,ଜାଣି ଏହା ନ ହୁଅ ଅଜ୍ଞାନ,

  କରି ବୃକ୍ଷ ରୋପଣ,ନିଜେ ବଞ୍ଚି,ବଞ୍ଚାଅ ମୋ ଜୀବନ ।

     

     



Rate this content
Log in